ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଜିତିଗଲା ଯମ, ହାରିଗଲା ଜୀବନ

0

ଭୁବନେଶ୍ବର: ହେ ଭଗବାନ! ତମେ କେଡେ ନିଷ୍ଠୁର!

ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର କୋଳଶୂନ୍ୟ କରିଦେଲ!

ଗୋଟେ ବେସାହାରା ବାପାର ବିଶ୍ୱାସ ଭାଙ୍ଗିଦେଲ!

ମୃତ୍ୟୁ ସହ ଲଢିଲଢି ଶେଷରେ ହସ୍ପିଟାଲ ବେଡରେ ହାରିଗଲେ ଅମ୍ରିତ। ଜୀବନ ଯୁଦ୍ଧରେ ପରାଜିତ ହେଲେ। ବଞ୍ଚାଇ ପାରିଲାନି ବ୍ୟୟ ବହୁଳ ଅପରେସନ। ଅଢେଇ କୋଟି ଟଙ୍କା ଖର୍ଚ୍ଚ ପରେ ବି ଅମ୍ରିତଙ୍କ ଆୟୁଷକୁ ଆୟତ୍ତ କରିହେଲାନି। ନା ଡାକ ଶୁଣିଲେ ଇଶ୍ୱର, ନା ବଞ୍ଚାଇ ପାରିଲେ ଡାକ୍ତର( ଦ୍ୱିତୀୟ ଭଗବାନ)। ସବୁ ଚେଷ୍ଟା ପରେ ବି ଆଖିବୁଜିଦେଲେ ଅମ୍ରିତ। କୋଟି କୋଟି ଲୋକଙ୍କ ପ୍ରାର୍ଥନା , ଗୁରୁଜନଙ୍କ ଆଶୀର୍ବାଦ, ଲୋକଙ୍କ ସହାୟତା ବି ବିଧିର ବିଧାନ ଆଗରେ
ଆତ୍ମସମର୍ପଣ କଲା।

ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ୨୪ ବର୍ଷର ଯୁବକ ଅମ୍ରତି ପ୍ରଧାନ। ଜୁନ ୩ରୁ ଆଜି ଯାଏଁ ମୃତ୍ୟୁ ସହ ଲଢେଇ କରି ଶେଷରେ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ନିକଟରେ ତାଙ୍କର ଫୁସଫୁସ ପ୍ରତରୋପଣ ହୋଇଥିଲା। ଫୁସଫୁସ ପ୍ରତିରୋପଣ ପରେ ଅମ୍ରିତ ନୂଆ ଜୀବନ ପାଇବା ନେଇ ଆଶା ଉଇଁଥିଲା। ହେଲେ ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରି ଆରପାରିକୁ ଚାଲିଯାଇଛନ୍ତି ଅମ୍ରିତ।

କରୋନାରେ ସଂକ୍ରମିତ ହେବା ପରେ ଅମ୍ରିତଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜୁନ ୩ ତାରିଖରେ ଏକମୋ ଚିକିତ୍ସା ପାଇଁ ଚେନ୍ନାଇ ଏୟାରଲିଫ୍ଟ କରାଯାଇଥିଲା। ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଅନୁରୋଧ ପରେ ସହାୟତା ପାଇଁ ଆଗେଇ ଆସିଥିଲେ ଲୋକ। ‘ମିଲାପ’ ଆପ ମାଧ୍ୟରେ ସହାୟତାର ହାତ ଲମ୍ବିଥିଲା। ହଜାର ହଜାର ଲୋକଙ୍କ ସହଯୋଗରେ ଅର୍ଥ ମଧ୍ୟ ଯୋଗାଡ ହୋଇଥିଲା।

ଚେନ୍ନାଇରେ ଦୀର୍ଘଦିନ ଧରି ଚିକିତ୍ସା ପରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ଅମ୍ରିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା, ହେଲେ ଫୁସଫୁସରେ କୌଣସି ଉନ୍ନତି ନ ଆସିବାରୁ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିନ୍ତୁ ସବୁ ପ୍ରକାର ପ୍ରଚେଷ୍ଟା ସତ୍ୱେ ଅମ୍ରିତଙ୍କ ଜୀବନ ବଞ୍ଚାଇ ହେଲାନି। ସବୁ ଦିନ ପାଇଁ ଭଗବାନ ଅମ୍ରିତଙ୍କୁ ପରିବାର ଲୋକଙ୍କଠୁ ଦୂରେଇ ଦେଲେ।

Leave A Reply

Your email address will not be published.