ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ନବୀନଙ୍କ ପାଇଁ ବବି, ଧର୍ମେନ୍ଦ୍ରଙ୍କ ପାଇଁ ଜୟ

0

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ବହେ ଗର୍ଜିଥିଲେ କେନ୍ଦ୍ରମନ୍ତ୍ରୀ। ଏହାର ଅଳ୍ପ କେଇ ମୁହୂର୍ତ ପରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଟ୍ବିଟରେ ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀଙ୍କୁ। ବିଜେଡି ଟ୍ବିଟ୍ ଟିଭି ସ୍କ୍ରିନ ବ୍ରେକିଂରୁ ହଟିନି, ବିଜେପି ପ୍ରତିଜବାବ ଦେଲା।ହେଲେ ଧର୍ମେନ୍ଦ୍ର ନୁହେଁ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସାମ୍ନାକୁ ଆସି ବବିଙ୍କୁ ପାଠ ପଢାଇଲେ। ଏହାକୁ ନେଇ ଚର୍ଚ୍ଚା ଥମିନି।

ଗୁରୁବାର ପୁଣି ଏଥିରେ ପୁନରାବୃତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ସମୟରେ ଅଣ୍ଡା ମାଡ଼ ଘଟଣାକୁ ବିଜେଡି ଅତି ଗୁରୁତ୍ବର ସହିତ ନେଇଛି। ଅଧିକାଂଶ ନେତା ଟ୍ବିଟରେ ବିଜେପି ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହିତ କଠୋର ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ନେତାମାନେ ବି ଚୁପ୍ ବସିନାହାନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ସରଗରମ ପରିସ୍ଥିତି ଲାଗି ରହିଛି।

ଠିକ୍ ଏମିତି ସମୟରେ ଗୁରୁବାର ସନ୍ଧ୍ୟାରେ ପ୍ରଣବ ପ୍ରକାଶ ପୁଣି ଥରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଟ୍ବିଟ୍ ମାଡ଼ କରିଥିଲେ। ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ବିଜେପି ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି ଦାବି କରିଥିଲେ ବବି। ସେ ଟ୍ବିଟରେ ଧର୍ମେନ୍ଦ୍ରଙ୍କୁ କହିଥିଲେ, ପୁରୀ ଗଜପତିଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସବୁ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ। ହେଲେ ଏହି ମହତ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ ଅଣ୍ଡାମାଡ଼ କରିଥିଲେ। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ। ସାରା ଓଡ଼ିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତା’ର ପାଦ ଧରି ନମସ୍କାର କରାଯାଏ। କାରଣ ଶରଧାବାଲି ତା’ ପାଦରେ ଲାଗିଥାଏ। କିନ୍ତୁ ଆପଣଙ୍କ ଦଳର ଜଣେ ନେତା ଆମିଷ ଅଣ୍ଡା ମାଡ଼ କରିଥିବାର ବାହାବା ନେଉଛନ୍ତି। ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ। ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି ବବି।

ଏହାକୁ ନେଇ ସୋସିଆଲ ମିଡ଼ିଆରେ କିଛି ସମୟରେ ହଇଚଇ ହୋଇଥିଲା। ଟିଭିରେ ବି ଆରମ୍ଭ ଚାଲିଥିବା ବ୍ରେକିଂ। ଆଉ ତତ୍କାଳ ଜୟ ଆସିଥିଲେ ସାମ୍ନାକୁ। ସେ ଟ୍ବିଟ୍ କରି କହିଥିଲେ, ପ୍ରଣବ ବାବୁ, ତୁମେ ଧର୍ମେନ୍ଦ୍ର ଭାଇଙ୍କୁ ନୁହେଁ ତୁମ ମୁଖିଆଙ୍କୁ ପରାମର୍ଶ ଦେଲେ ଭଲ ହୁଅନ୍ତା। ତୁମ ଦଳର ମୁଖିଆଙ୍କୁ ଓଡ଼ିଶାର ଉପବାଚସ୍ପତି ଠାକୁର ବୋଲି ସମ୍ବୋଧନ କଲେ। ସେ ମଉନ ରହି ନିଜେ ଠାକୁର ବୋଲି ସମ୍ମତି ପ୍ରକାଶ କଲେ। ‌ପୋଖରୀ ଯାକର ମାଛ ସାରି ବଗ ଯାଇଛି ତୀର୍ଥ କରି। ଓଡ଼ିଆ ଝିଅ ମମିତାର ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ଶକ୍ତି ପ୍ରଦାନ କଲେ। ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କ ଚଟୁ ଆମିଷ ଓ ବେଣ୍ଟ ନିରାମିଷ।

ଜୟ ଆହୁରି କହିଲେ ଯେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ତୁମ ଦଳ ଓ ତୁମର ମୁଖିଆ ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତୁମର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି। କାହା ପ୍ରଚେଷ୍ଟାରେ ମହାପ୍ରଭୁଙ୍କ ରଥଯାତ୍ରା ହେଲା, ତାହା ମଧ୍ୟ ଅଳ୍ପ ବହୁତେ ଓଡ଼ିଆ ଲୋକ ଜାଣିଛନ୍ତି। ଜଗନ୍ନାଥ ସଂସ୍କୃତିରେ ମାଆ ସୁଭଦ୍ରା ଓ ମାଆ ଲକ୍ଷ୍ମୀଙ୍କ ଗୁରୁତ୍ବ ବୁଝିଥିଲେ ଓଡ଼ିଶାରେ ମମିତାଙ୍କ ଭଳି ଝିଅକୁ ଯେଉଁଭଳି ଭାବେ ଷଡ଼ଯନ୍ତ୍ର କରି ନିର୍ମମ ହତ୍ୟା କରାଗଲା, ତାହାର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇ ନ ଥା’ନ୍ତେ ବୋଲି ଜବାବ ଦେଇଥିଲେ ଜୟ। ଜବାବ ମାଗିଥିଲେ, ମନ୍ତ୍ରୀଙ୍କୁ କେବେ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ। ତୁମ ଦଳର ଲୋକ କହୁଛନ୍ତି ତୁମେ ତୁମ ମୁଖିଆ ଆଖି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ତୁମେ ମୁଖିଆଙ୍କୁ କହିଲଣି କି ବୋଲି ଟ୍ବିଟରେ ପ୍ରଶ୍ନ କରିଥିଲେ ଶ୍ରୀ ମିଶ୍ର।

ରାଜନୈତିକ ମହଲରେ ଏହି ଟ୍ବିଟ୍ ଆଲୋଚନାର ବିଷୟ ହୋଇଛି। ବିଜେଡି ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇ ଓଡ଼ିଶାରେ ଶୋଇଥିବା ବିଜେପିକୁ ଉଠାଇଦେଲା ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ଏହି ମହଲ ଆହୁରି କହୁଛନ୍ତି ଯେ ବବି ନବୀନଙ୍କ ପାଇଁ ପ୍ରତିକ୍ରିୟା ରଖୁଛନ୍ତି ସତ, ହେଲେ ଦଳର ଅନ୍ୟମାନେ ନିରବ ରହିବା ଓ ଏହି ପ୍ରସଙ୍ଗରେ ସ୍ବର ନ ମିଳାଇବା ବି ଗୋଟିଏ ବଡ ଦିଗ। ସେହିଭଳି ଧର୍ମେନ୍ଦ୍ରଙ୍କ ପାଇଁ ଜୟ ସାମ୍ନାକୁ ଆସିବା ଭିନ୍ନ ସଙ୍କେତ ଦେଉଛି। ସମ୍ଭବତଃ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତାରେ ଜୟ ନାରାୟଣଙ୍କୁ ବିଜେପି ଗୋଟିଏ ବଡ କାର୍ଡ ଭଳି ବ୍ୟବହାର କରୁଛି। ଆଗକୁ ବିରୋଧୀ ଦଳ ନେତା ପଦ ଦେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ତେବେ ଉଭୟଙ୍କ ବାଦିପାଲା ଭିତରେ ଯେଉଁ ଗୋଟିଏ ବଡ କଥା ବୁଝି ହେଉଛି, ତାହା ହେଲା, ବିଜେଡି-ବିଜେପି ଅନ୍ତତଃ ନିର୍ବାଚନ ପର୍ଯ୍ୟନ୍ତ ଏବେ ଭାଇ ଭାଇ ନୁହେଁ, ବରଂ ମୁହାଁମୁହିଁ ହୋଇ ରହିବେ।

Leave A Reply

Your email address will not be published.