ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ରାଜଧାନୀରେ ମଧ୍ୟରାତ୍ରିରେ ହାଇଡ୍ରାମା

0

ସାଂସଦଙ୍କୁ ୩ ଘଣ୍ଟା ଅଟକାଇଦେଲେ, ବିଜେଡି-ବିଜେପି ମୁହାଁମୁହିଁ

ଅଣ୍ଡା, ଟେକାପଥର ମାଡ଼, ପରିସ୍ଥିତି ସମ୍ଭାଳିବାକୁ ପୁଲିସର ଲାଠିଚାର୍ଜ

ପରସ୍ପର ବିରୋଧରେ ଥାନାରେ ଏତଲା ଦେଲେ ଉଭୟ ପକ୍ଷ

ବିଳମ୍ବିତ ରାତି ଯାଏ ଉଭୟ ଦଳର ନେତାଙ୍କ ଘରେ ମନ୍ତ୍ରଣା ଜାରି

ଆଜି ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ, ବଢିପାରେ ରାଜନୈତିକ ତାତି

ପୌର ନିର୍ବାଚନ ପୂର୍ବରୁ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଲେ ଉଭୟ ଦଳ

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିଲା। ହଠାତ୍ ନିର୍ବାଚନ ଏଥିରେ ପାଣି ଢାଳି ଦେଇଛି। ପରସ୍ପର ପରସ୍ପର ପ୍ରତି ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କରିଆସୁଥିବା ଉଭୟ ଦଳର ନେତା ଏବେ କିନ୍ତୁ ଗୋଟିଏ ମିନିଟ୍ କେହି କାହାକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହାର ଝଲକ ରାଜଧାନୀରେ ଦେଖିବାକୁ ମିଳିଛି। ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଖାପାଖି ୩ ଘଣ୍ଟା ଅଟକ ରଖାଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଅଣ୍ଡା, ଢେଲା ମାଡ଼ ପର୍ଯ୍ୟନ୍ତ କଥା ଯାଇଛି। ପରିସ୍ଥିତି ସମ୍ଭାଳିବାକୁ ଯାଇ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। କଥା କେବଳ ସେତିକିରେ ଅଟକିନି। ପରସ୍ପର ପରସ୍ପର ବିରୋଧରେ ଏତଲା ଦେଇଛନ୍ତି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଦଳର ନେତାଙ୍କ ଘରେ ଗୁପ୍ତ ବୈଠକ ଚାଲିଥିବା ସୂଚନା ମିଳିଛି। ଆଜି ଏହା ନାଟକୀୟ ମୋଡ଼ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଘଟଣାଟି ଥିଲା ଏମିତି। ଗତକାଲି ଆଚାର୍ଯ୍ୟ ବିହାର ଛକ ନିକଟରେ ବରିଷ୍ଠ ନାଗରିକମାନଙ୍କର ଗୋଟିଏ ସଭା ଥିଲା। ସେଠାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇଥିଲା। ହେଲେ ସାଂସଦ ପହଞ୍ଚିବା ବେଳକୁ କିଛି ମହିଳା ବିଜେଡି କର୍ମୀ ପହଞ୍ଚି ଗତ ଅଢ଼େଇ ବର୍ଷ ମଧ୍ୟରେ ସ୍ଥାନୀୟ ଅଞ୍ଚଳ ପାଇଁ କଣ ବିକାଶ କରିଛ ତାର ଜବାବ ସାଂସଦଙ୍କୁ ମାଗିଥିଲେ। ଏହାକୁ ନେଇ ପ୍ରଥମେ କଟାକଟି ହୋଇଥିଲା। ପରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଅଣାୟତ ହେବାକୁ ଯାଉଥିବା ଦେଖି ସାଂସଦଙ୍କୁ ଆଚାର୍ଯ୍ୟ ବିହାର ମହିଳା ସଂଘ ନେତ୍ରୀ ପୂଜାରିଣୀ ମହାନ୍ତିଙ୍କ ଘରକୁ ନିଆଯାଇଥିଲା। ମାତ୍ର ବିଜେଡି କର୍ମୀ ସେଠାରେ ହୋ ହଲ୍ଲା କରିଥିଲେ। ବିଜେପି କର୍ମୀ ପ୍ରତିଜବାବ ଦେବାକୁ ଯାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗଣ୍ଡଗୋଳର ସୂତ୍ରପାତ୍ର ହୋଇଥିଲା। ପରସ୍ପର ପରସ୍ପରକୁ ଅଣ୍ଡା ଓ ଟେକାପଥର ମାଡ଼ କରିଥିଲେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ସେଠାରେ ପହଞ୍ଚିଥିଲା ଓ ସାଂସଦଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲା। ଖୋଦ୍ ଡିସିପି ଉମାଶଙ୍କର ଦାଶ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। ପରେ ସୁରକ୍ଷା ବଳରେ ସାଂସଦଙ୍କୁ ସେଠାରୁ ପଠାଇ ଦିଆଯାଇଥିଲା। ହେଲେ କଥା ସହିଦନଗର ଥାନାକୁ ଆସିଥିଲା। ବିଜେଡି କର୍ମୀ ବିଜେପି ବିରୋଧରେ ଆକ୍ରମଣ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ଧାରଣା ଦେଇ ଦାବି କରିଥିଲେ ଯେ ବିଜେପି ଗୁଣ୍ଡା ବାହିନୀ ଦ୍ବାରା ଆକ୍ରମଣ ହୋଇଛି ଓ ପାଞ୍ଚ ଜଣ ସେଥିରେ ଆହତ ହୋଇଛନ୍ତି। ବିଜେପ ମଧ୍ୟ ପାଲଟା ଅଭିଯୋଗ କରିଥିଲା। ସାଂସଦ ଓ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସେମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ବେଶ କିଛି ସମୟ ଧରି ସହିଦନଗର ଥାନାରେ ବି ଉତ୍ତେଜନା ଦେଖାଦେଇଥିଲା।

ବିଳମ୍ବିତ ରାତିରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଘରେ କର୍ମୀଙ୍କ ମନ୍ତ୍ରଣା ଚାଲିଥିବା ସୂଚନା ମିଳିଛି। ଆଗକୁ ପୌର ନିର୍ବାଚନ ଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହେବା ଘଟଣାକୁ ନେଇ ରାଜନୈତିକ ମହଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.