ବିହାର: ବିହାରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭା ସମୟରେ ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଖଡ଼ଗେ ଭାଷଣ ଦେଉଥିବା ବେଳେ ଯୁବକ ଜଣକ ‘ମୋଦୀ ଯିବେ ନାହିଁ’ ବୋଲି କହିବା ପରେ କଂଗ୍ରେସ କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଯୁବକ ଜଣକ ନିଜକୁ କଂଗ୍ରେସ କର୍ମୀ ବୋଲି ପରିଚୟ ଦେଇଥିଲେ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ଶୁଣିଲେ କଂଗ୍ରେସ ଉତ୍ତେଜିତ ହୋଇପଡ଼ୁଛି। ମୋଦୀଙ୍କୁ ବିରୋଧ କରିବା ନିଶାରେ ଦଳ ଚିନ୍ତା କରିବା, ବୁଝିବା ଓ ଶୁଣିବାର କ୍ଷମତା ହରାଇଛି ବୋଲି ସେ ଆକ୍ଷେପ କରିଛନ୍ତି। କଂଗ୍ରେସର ଭାଷା ଓ ଆଚରଣ ଦଳର ରାଜନୈତିକ ପତନର ପରିଚୟ ଦେଉଛି ବୋଲି ଚୌହାନ କହିଛନ୍ତି। ଏଭଳି ଆଚରଣ ଦଳର ରାଜନୈତିକ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ସେ ମତ ଦେଇଛନ୍ତି।
ପ୍ରମୁଖ ଖବର
ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍!