ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଜିଓ ରିଚାର୍ଜ ମହଙ୍ଗା; କେଉଁ ପ୍ଲାନ ପାଇଁ କେତେ ଟଙ୍କା?

0

ଭୁବନେଶ୍ବର: ଜିଓ ଗ୍ରାହକଙ୍କୁ ଝଟକା। ଏଣିକି ଜିଓ ଫୋନ ରିଚାର୍ଜ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ଆସନ୍ତା ମାସ ପହିଲାରୁ ମହଙ୍ଗା ହେବ ଜିଓ ରିଚାର୍ଜ। ଏୟାରଟେଲ,ଭୋଡାଫୋନ,ଆଇଡିଆ ପରେ ଦେଶର ସବୁଠୁ ବଡ ମୋବାଇଲ ଅପରେଟର କମ୍ପାନି ରିଲାନ୍ସ ଜିଓ ବି ନିଜ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା କରିବାକୁ ଯାଉଛି। ରବିବାର କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ, ଡିସେମ୍ବର ପହିଲାରୁ ପ୍ରିପ୍ରେଡ଼ ରିଚାର୍ଜ ପ୍ଲାନ ୨୧ ପ୍ରତିଶତ ଯାଏ ବୃଦ୍ଧି କରାଯିବ।

ରିଲାନ୍ସ ଜିଓର ୫୫୫ ଟଙ୍କା ପ୍ଲାନ ଏବେ ୬୬୬ ଟଙ୍କା ହୋଇଯିବ। ଏହା ବ୍ୟତୀତ ୫୯୯ ଟଙ୍କା ପ୍ଲାନ ଆସନ୍ତା ମାସଠୁ ୭୧୯ ଟଙ୍କା ହୋଇଯିବ। ପ୍ଲାନ ଗୁଡିକର ମୂଲ୍ୟ ବଢିବ କିନ୍ତୁ ଭ୍ୟାଲିଡିଟି ଏହି ଦୁଇ ପ୍ଲାନରେ ପୂର୍ବ ପରି ୮୪ ଦିନ ରହିବ। କମ୍ପାନି କହିଛି ଯେ, ଡିସେମ୍ବର ୧ରୁ ଜିଓର ୭୫ ଟଙ୍କା ପ୍ଲାନ ୯୧ ଟଙ୍କା ହୋଇଯିବ। ଏହି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତିମାସରେ ୨୯ ଦିନରେ ୩ ଜିବି ଇଣ୍ଟରନେଟ ଡାଟା ବ୍ୟବହାର ପାଇଁ ଦିଆଯାଇଥାଏ। ଏହା ସହିତ ଉପଭୋକ୍ତାଙ୍କୁୃ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲ ସହିତ ୫୦ ଟି ଏସଏମଏସ ମଧ୍ୟ ମିଳିଥାଏ।

ସେହିପରି ୧୨୯ ଟଙ୍କା ପ୍ଲାନ ୧୫୫ ଟଙ୍କା ହୋଇଯିବ। ଏହା ବ୍ୟତୀତ ୧୪୯ ଟଙ୍କା ପ୍ଲାନର ମୂଲ୍ୟ ୧୭୯ ଟଙ୍କା,୧୯୯ ଟଙ୍କା ପ୍ଲାନ ୨୩୯ ଟଙ୍କା, ୨୪୯ ଟଙ୍କା ପ୍ଲାନ ପାଇଁ ୨୯୯,ଏବଂ ୩୯୯ ଟଙ୍କା ପ୍ଲାନର ରିଚାର୍ଜ ପାଇଁ ୪୭୯ ଟଙ୍କା ଦେବାକୁ ପଡିବ। କମ୍ପାନି ଜିଓ ଫୋନ ପ୍ଲାନ,ଅନଲିମିଟେଡ଼ କଲ ଓ ଡାଟା-ଆଡ୍‌-ଅନ୍‌ର ମୂଲ୍ୟ ବୃଦ୍ଧି କରିଛି। ମୂଲ୍ୟ ୧୯.୬ ପ୍ରତିଶତରୁ ୨୧.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏୟାରଟେଲ, ଭୋଡାଫୋନ-ଆଇଡିଆ ଗତ ସପ୍ତାହରେ ପ୍ରିପେଡ ରିଚାର୍ଜ ପ୍ଲାନ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ।

Leave A Reply

Your email address will not be published.