ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଜିଓ ରିଚାର୍ଜ ମହଙ୍ଗା; କେଉଁ ପ୍ଲାନ ପାଇଁ କେତେ ଟଙ୍କା?

0

ଭୁବନେଶ୍ବର: ଜିଓ ଗ୍ରାହକଙ୍କୁ ଝଟକା। ଏଣିକି ଜିଓ ଫୋନ ରିଚାର୍ଜ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ଆସନ୍ତା ମାସ ପହିଲାରୁ ମହଙ୍ଗା ହେବ ଜିଓ ରିଚାର୍ଜ। ଏୟାରଟେଲ,ଭୋଡାଫୋନ,ଆଇଡିଆ ପରେ ଦେଶର ସବୁଠୁ ବଡ ମୋବାଇଲ ଅପରେଟର କମ୍ପାନି ରିଲାନ୍ସ ଜିଓ ବି ନିଜ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା କରିବାକୁ ଯାଉଛି। ରବିବାର କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ, ଡିସେମ୍ବର ପହିଲାରୁ ପ୍ରିପ୍ରେଡ଼ ରିଚାର୍ଜ ପ୍ଲାନ ୨୧ ପ୍ରତିଶତ ଯାଏ ବୃଦ୍ଧି କରାଯିବ।

ରିଲାନ୍ସ ଜିଓର ୫୫୫ ଟଙ୍କା ପ୍ଲାନ ଏବେ ୬୬୬ ଟଙ୍କା ହୋଇଯିବ। ଏହା ବ୍ୟତୀତ ୫୯୯ ଟଙ୍କା ପ୍ଲାନ ଆସନ୍ତା ମାସଠୁ ୭୧୯ ଟଙ୍କା ହୋଇଯିବ। ପ୍ଲାନ ଗୁଡିକର ମୂଲ୍ୟ ବଢିବ କିନ୍ତୁ ଭ୍ୟାଲିଡିଟି ଏହି ଦୁଇ ପ୍ଲାନରେ ପୂର୍ବ ପରି ୮୪ ଦିନ ରହିବ। କମ୍ପାନି କହିଛି ଯେ, ଡିସେମ୍ବର ୧ରୁ ଜିଓର ୭୫ ଟଙ୍କା ପ୍ଲାନ ୯୧ ଟଙ୍କା ହୋଇଯିବ। ଏହି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତିମାସରେ ୨୯ ଦିନରେ ୩ ଜିବି ଇଣ୍ଟରନେଟ ଡାଟା ବ୍ୟବହାର ପାଇଁ ଦିଆଯାଇଥାଏ। ଏହା ସହିତ ଉପଭୋକ୍ତାଙ୍କୁୃ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲ ସହିତ ୫୦ ଟି ଏସଏମଏସ ମଧ୍ୟ ମିଳିଥାଏ।

ସେହିପରି ୧୨୯ ଟଙ୍କା ପ୍ଲାନ ୧୫୫ ଟଙ୍କା ହୋଇଯିବ। ଏହା ବ୍ୟତୀତ ୧୪୯ ଟଙ୍କା ପ୍ଲାନର ମୂଲ୍ୟ ୧୭୯ ଟଙ୍କା,୧୯୯ ଟଙ୍କା ପ୍ଲାନ ୨୩୯ ଟଙ୍କା, ୨୪୯ ଟଙ୍କା ପ୍ଲାନ ପାଇଁ ୨୯୯,ଏବଂ ୩୯୯ ଟଙ୍କା ପ୍ଲାନର ରିଚାର୍ଜ ପାଇଁ ୪୭୯ ଟଙ୍କା ଦେବାକୁ ପଡିବ। କମ୍ପାନି ଜିଓ ଫୋନ ପ୍ଲାନ,ଅନଲିମିଟେଡ଼ କଲ ଓ ଡାଟା-ଆଡ୍‌-ଅନ୍‌ର ମୂଲ୍ୟ ବୃଦ୍ଧି କରିଛି। ମୂଲ୍ୟ ୧୯.୬ ପ୍ରତିଶତରୁ ୨୧.୩ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏୟାରଟେଲ, ଭୋଡାଫୋନ-ଆଇଡିଆ ଗତ ସପ୍ତାହରେ ପ୍ରିପେଡ ରିଚାର୍ଜ ପ୍ଲାନ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ।

Leave A Reply

Your email address will not be published.