ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଜୋର ଧରିଲାଣି ରାଜନୈତିକ ଛକାପଞ୍ଝା

0

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏବେ ଘଡ଼ିକେ ଘୋଡା ଛୁଟୁଛି। ଆସନ୍ତାବର୍ଷ ଆରମ୍ଭରୁ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଥିବାରୁ ରାଜନୈତିକ ଦଳମାନେ ମାତ୍ରାଧିକ ସକ୍ରିୟ ଅଛନ୍ତି। ବିଶେଷକରି ବିଜେପି ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ୨୦୨୪ରେ ବିଜେପି କ୍ଷମତାରେ ରହିବ କି ନ ରହିବ, ତାହାର ନିର୍ଣ୍ଣୟ ଉତ୍ତରପ୍ରଦେଶରୁ ହିଁ ହେବ। ଏଣୁ ବିରୋଧୀ ବି ଏହି ସୁଯୋଗର ସଦବ୍ୟବହାର କରି ବିଜେପି ରାସ୍ତା ଓଗାଳିବା ଲାଗି ଭରପୂର ଉଦ୍ୟମ କରୁଛନ୍ତି।

ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାର ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପରେ ବି ଚୁପ୍ ବସିନାହାନ୍ତି। ଚାଷୀ ସଂଗଠନ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ)ପ୍ରସଙ୍ଗ ଉଠାଇ ପୁଣି ଥରେ କେନ୍ଦ୍ରକୁ ଘେରୁଥିବାରୁ ଏହାକୁ ପ୍ରଶମିତ କରିବା ଲାଗି ବି ରଣନୀତି ଆରମ୍ଭ ହୋଇଛି। ଏମ୍‌ଏସ୍‌ପି ଏବଂ କୃଷକମାନଙ୍କ ଅନ୍ୟ ଦାବି ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ୫ ଜଣ ଚାଷୀ ନେତାଙ୍କ ନାମ ମାଗିଛନ୍ତି, ଯେଉଁମାନେ ଏହି କମିଟିରେ ସ୍ଥାନ ପାଇବେ। ଡିସେମ୍ବର ୪ ତାରିଖ ସୁଦ୍ଧା ଏହି ନାମ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହି କମିଟି ସହିତ ଆଲୋଚନା ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି। ଏହାଦ୍ବାରା ସାମୟିକ ଭାବେ ଏହି ପ୍ରସଙ୍ଗକୁ କିଛି ଦିନ ଟାଳି ଦିଆଯାଇପାରିବ ଓ ଚାଷୀମାନଙ୍କୁ ସରକାର ବିଶ୍ବାସକୁ ନେଇ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ବୋଲି ବି ଗୋଟିଏ ବାର୍ତ୍ତା ଯିବ ବୋଲି ରାଜନୈତିକ ରଣନୀତିକାରମାନେ ମତ ରଖୁଛନ୍ତି।

ସେପଟେ ପଞ୍ଜାବ ରାଜନୀତିକୁ ନିଜ କବଜାକୁ ଆଣିବାକୁ ବିଜେପି ଚେଷ୍ଟା ଚଳାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇତିମଧ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ର ଅମିତ ଶାହଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ପଞ୍ଜାବ ରାଜନୀତି ସ୍ଥାନ ପାଇଛି। ଉଭୟ ବିଜେପି ଓ ଅମରିନ୍ଦରଙ୍କ ପ୍ରସ୍ତାବିତ ନୂଆ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଏକାଠି ବା ମେଣ୍ଟରେ ନିର୍ବାଚନ ଯାଇପାରନ୍ତି ବୋଲି କୁହାଯାଉଛି। ଏହା ସହିତ ସେମାନେ ଅକାଳୀ ଦଳକୁ ମଧ୍ୟ ମନାଇ ପାରନ୍ତି। ଅମରିନ୍ଦର ଚାଷୀ ସମସ୍ୟା ସମାଧାନର ସର୍ତ୍ତ ରଖିଥିଲେ, ଯାହା କେନ୍ଦ୍ର ସରକାର କରିସାରିଛନ୍ତି। ଅମରିନ୍ଦର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି। ତେବେ କିଏ କେତେ ଆସନରେ ଲଢ଼ିବେ, କଣ ମେଣ୍ଟର ଆଧାର ରହିବ, ସର୍ବୋପରି ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବିରୋଧରେ ତାଙ୍କ ଅଭିଯାନ ଜାରି ରଖିଛନ୍ତି। ସେ ତିନିଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି, ଯେଉଁଠାରେ କି ୨୦୨୨ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବାଣିଜ୍ୟ ସମ୍ମିଳନୀ ପାଇଁ ଶିଳ୍ପପତିମାନଙ୍କ ସହିତ କଥା ହେବେ। ରାଜ୍ୟରେ କିଭଳି ଅଧିକ ପୁଞ୍ଜିନିବେଶ ହେବ, ତାହା ତାଙ୍କର ଯୋଜନା। ତେବେ ଏହି ସମୟରେ ସେ ପରିସ୍ଥିତିରୁ ଫାଇଦା ନେବାକୁ ଯାଇ ଏନସିପି ନେତା ଶରଦ ପାଓ୍ବାରଙ୍କ ସହିତ ମଧ୍ୟ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ଭବତଃ ଆଜି ଅପରାହ୍ନରେ ଏହି ଆଲୋଚନା ହୋଇପାରେ। ତେବେ ମମତା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁରଙ୍କ ସହିତ କଥା ହେବାକୁ ଚାହୁଁଥିଲେ ବି ତାହା ସମ୍ଭବ ହେବ ନାହିଁ। ସଂପ୍ରତି ଉଦ୍ଧାବ ଅସୁସ୍ଥ ଅଛନ୍ତି, ଏଣୁ ତାଙ୍କ ସହିତ ମମତାଙ୍କ ଭେଟଘାଟ ସମ୍ଭବ ହେଉନାହିଁ।

ଏହା ପୂର୍ବରୁ ମମତା ନୂଆଦିଲ୍ଲୀରେ ଗତ ସପ୍ତାହରେ ବିଭିନ୍ନ ନେତାଙ୍କ ସହିତ କଥା ହୋଇଥିଲେ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗ ଆମନ୍ତ୍ରଣ କରିଥିଲେ ହେଁ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିନଥିଲେ। ମମତା ବିରୋଧୀ ଗୋଷ୍ଠୀର ନେତୃତ୍ବ ନେବା ଲାଗି ଯୋଜନା କରିଛନ୍ତି। ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ବର୍ତ୍ତମାନ ସମୟର ସବୁଠାରୁ ବଡ ଦଳ କଂଗ୍ରେସକୁ ଛୋଟ କରି ମମତାଙ୍କ ନିକଟରେ ସବୁ ସୁଯୋଗ ଅଜାଡି ଦେବା ଲାଗି ଯୋଜନା ଚଳାଇଛନ୍ତି।

Leave A Reply

Your email address will not be published.