ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

କେମିତି ଏନକାଉଣ୍ଟର କଲା ଭଦ୍ରକ ପୁଲିସ

0

ଭୁବନେଶ୍ବର: ଭଦ୍ରକ ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। ୨୯ଲକ୍ଷ ଟଙ୍କା ଲୁଟ୍ ମାମଲାର ଅଭିଯୁକ୍ତ କୁହାଯାଉଥିବା ଦୁଇ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଛି। ସେମାନେ ହେଲେ ସୋରର ପ୍ରହଲ୍ଲାଦ ଦାସ ଓ ନୀଳଗିରିର ସୁଶାନ୍ତ ମଲ୍ଲିକ। ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ପୁଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଏହି ଅପରାଧୀଙ୍କ ନିକଟରୁ ୩ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଛି। ଏହି ଗ୍ୟାଙ୍ଗର ବିହାର ଲିଙ୍କ ଥିବା ମଧ୍ୟ ସୂଚନା ମିଳିଛି। ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଦୁଇ ଅପରାଧୀ ଭଦ୍ରକରେ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ ରେ ସମ୍ପୃକ୍ତି ସନ୍ଦେହ କରାଯାଉଛି।ତେବେ ଅପରାଧୀମାନେ ଆଉ ଏକ ଡକାୟତି ଉଦ୍ୟମ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ସେତେବେଳେ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ। ଏଣୁ ଆତ୍ମରକ୍ଷା ପାଇଁ ପୁଲିସ ଏନକାଉଣ୍ଟର କରିଥିଲା। ଲୁଟରେ ସମ୍ପୃକ୍ତ ଥିବା ଅନ୍ୟ ୪ ଅପରାଧୀ ଅଟକ ଥିବା ସୂଚନା ମିଳୁଛି।

Leave A Reply

Your email address will not be published.