ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କୃଷକଙ୍କ ଆନ୍ଦୋଳନ ଚାଲିବ ନା ବନ୍ଦ ହେବ; ଆଜି ନିଷ୍ପତ୍ତି

0
  • ଆନ୍ଦୋଳନ ନେଇ ଚାଷୀ ନେତାମାନଙ୍କ ମଧ୍ୟରେ ମତାନ୍ତର ହେଲାଣି
  • କିଛି ଚାହୁଁଛନ୍ତି ଆନ୍ଦୋଳନରୁ ଓହରିବା, ଆଉ କିଛି ଜାରି ରହିବାକୁ ଚାହାନ୍ତି

ନୂଆଦିଲ୍ଲୀ: କୃଷି ଆଇନ ଉଚ୍ଛେଦ ପରେ ଆନ୍ଦୋଳନ ଶେଷ କରିବାକୁ ନେଇ କୃଷକଙ୍କ ମଧ୍ୟରେ ଦୁଇଟି ମତ ଉଠିଲାଣି। କିଛି ଆନ୍ଦୋଳନ ଶେଷ କରିବାକୁ ଚାହୁଁଥିବା ବେଳେ ଆଉ କିଛି ସେମାନଙ୍କର ଅନ୍ୟ ଦାବି ଉପରେ ଅଟଳ ରହି ଆନ୍ଦୋଳନ ଜାରି ରଖିବାକୁ ଚାହୁଁଛନ୍ତି।

ଏ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେବା ଲାଗି ଆଜି ଦିଲ୍ଲୀ ସିଘୁଂ ସୀମାରେ ୪୦ଟି କୃଷକ ସଂଗଠନର ଏକ ବଡ଼ ବୈଠକ ବସିବ। ବୈଠକରେ ଆନ୍ଦୋଳନରତ ଚାଷୀ ଘରକୁ ଫେରିବା ଓ ଏମଏସପି କମିଟି ଗଠନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇପାରେ। ପଞ୍ଜାବର ଅନେକ ସଂଗଠନରେ ଏହି ଆନ୍ଦୋଳନରେ ବିଜୟ ପରେ ଧର୍ମଘଟ ଶେଷ କରିବା ସପକ୍ଷରେ ଥିବା ବେଳେ ଅନେକ କୃଷକ ସଂଗଠନ ଏମଏସପି ଆଇନ ଓ ମାମଲା ପ୍ରତ୍ୟାହାର ଭଳି ଅନ୍ୟ ଦାବି ପାଇଁ ଧର୍ମଘଟ ଜାରି ରଖିବାକୁ ଚାହୁଁଛନ୍ତି।

ଗତକାଲି ପଞ୍ଜାବର ୩୨ଟି ସଂଗଠନର ବସିଥିବା ବୈଠକରେ ପାଖାପାଖି ୨୦ରୁ ୨୨ ସଂଗଠନ ସହମତି ପ୍ରକାଶ କରିଛନ୍ତି ଯେ ସଂସଦରୁ କୃଷି ଆଇନ ପ୍ରତ୍ୟାହାର ପରେ ଏହି ଆନ୍ଦୋଳନ ବିଜୟ ହୋଇଛି। ଏମଏସପି ଆଇନ ତିଆରି କରିବା ପ୍ରକ୍ରିୟା ସମୟ ଲାଗିବ,ତେଣୁ ଏଥିପାଇଁ ସରକାରଙ୍କୁ ଏକ ସମୟସୀମା ନେଇ ଆନ୍ଦୋଳନ ଶେଷ କରି କୃଷକ ଘରକୁ ଫେରିବା ଉଚିତ୍। ଅନ୍ୟ ସଂଗଠନ ଆନ୍ଦୋଳନ ଜାରି ରଖିବାକୁ ଚାହୁଁହିଛନ୍ତି। ଏମାନଙ୍କ ମଧ୍ୟରେ ପଞ୍ଜାବର ଯୋଗୀନ୍ଦର ସିଂ ଉଗ୍ରହାନ, ସରବନ ସିଂ ପାଣ୍ଡେର ଓ ହରିୟାଣାର ଗୁରୁନାମ ଚଡୁନିଙ୍କ ପରି ବଡ଼ କୃଷକ ନେତା ଅଛନ୍ତି । ତାଙ୍କ ସଂଗଠନର ବହୁ କୃଷକ ସିଘୁଂ ଓ ଟିକିରି ବର୍ଡରରେ ଧାରଣାରେ ବସିଛନ୍ତି ।

ପଞ୍ଜାବର କୃଷକ ମାନେ ପ୍ରଥମେ କୃଷି ଆଇନକୁ ବିରୋଧ କରିଥିଲେ। ତାଙ୍କ ଆହ୍ୱାନରେ ପଞ୍ଜାବ ସହିତ ହରିୟାଣାର କୃଷକ ମାନେ ଦିଲ୍ଲୀ ଯାତ୍ରା କରିଥିଲେ। ଯେଉଁଥିରେ ପରେ ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତରପ୍ରଦେଶରେ କୃଷକମାନେ ଯୋଗ ଦେଇଥିଲେ। ଏହି ଆନ୍ଦୋଳନ ଧିରେଧିରେ ଦେଶରେ ଅନ୍ୟ ରାଜ୍ୟକୁ ବ୍ୟାପିଥିଲା।

ତେବେ କେନ୍ଦ୍ର ସରକାର ଏମଏସପି ସହ ଜଡିତ ପ୍ରସଙ୍ଗରେ ଆଲୋଚନା ପାଇଁ ୟୁନାଇଟେଡ କିଶାନ ମୋର୍ଚ୍ଚାର ୫ ଜଣ ପ୍ରତିନିଧିଙ୍କ ନାଁ ମାଗିଛନ୍ତି । କୃଷକ ନେତା ଦର୍ଶନ ପାଲ କହିଛନ୍ତି ଯେ, ତାଙ୍କର ଜଣେ ସହକର୍ମୀଙ୍କ ପାଖକୁ ୫ ଜଣଙ୍କ ନାଁ ମାଗିବା ନେଇ ଫୋନ କଲ ଆସିଥିଲା । ସେହିପରି ହରିୟାଣା କୃଷକଙ୍କ ଉପରୁ ମାମଲା ଉଠାଇବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ବୈଠକ ଡାକିଥିବା ନେଇ ଫୋନ କଲ ଆସିଥିବା କହିଛନ୍ତି ।

Leave A Reply

Your email address will not be published.