ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କେମିତି ଏନକାଉଣ୍ଟର କଲା ଭଦ୍ରକ ପୁଲିସ

0

ଭୁବନେଶ୍ବର: ଭଦ୍ରକ ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। ୨୯ଲକ୍ଷ ଟଙ୍କା ଲୁଟ୍ ମାମଲାର ଅଭିଯୁକ୍ତ କୁହାଯାଉଥିବା ଦୁଇ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଛି। ସେମାନେ ହେଲେ ସୋରର ପ୍ରହଲ୍ଲାଦ ଦାସ ଓ ନୀଳଗିରିର ସୁଶାନ୍ତ ମଲ୍ଲିକ। ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ପୁଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଏହି ଅପରାଧୀଙ୍କ ନିକଟରୁ ୩ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଛି। ଏହି ଗ୍ୟାଙ୍ଗର ବିହାର ଲିଙ୍କ ଥିବା ମଧ୍ୟ ସୂଚନା ମିଳିଛି। ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଦୁଇ ଅପରାଧୀ ଭଦ୍ରକରେ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ ରେ ସମ୍ପୃକ୍ତି ସନ୍ଦେହ କରାଯାଉଛି।ତେବେ ଅପରାଧୀମାନେ ଆଉ ଏକ ଡକାୟତି ଉଦ୍ୟମ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ସେତେବେଳେ ପୁଲିସକୁ ପାଲଟା ଆକ୍ରମଣ କରିଥିଲେ। ଏଣୁ ଆତ୍ମରକ୍ଷା ପାଇଁ ପୁଲିସ ଏନକାଉଣ୍ଟର କରିଥିଲା। ଲୁଟରେ ସମ୍ପୃକ୍ତ ଥିବା ଅନ୍ୟ ୪ ଅପରାଧୀ ଅଟକ ଥିବା ସୂଚନା ମିଳୁଛି।

Leave A Reply

Your email address will not be published.