ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବିଦେଶରେ ଆତଙ୍କ ଖେଳାଇଲା ଓମିକ୍ରନ

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହି ନୂଆ ଭ୍ୟାରିଆଣ୍ଟ ଏବେ ଗୋଟ ପରେ ଗୋଟେ ଦେଶ ଡେଇଁବାରେ ଲାଗିଛି । ଆମେରିକା ଓ ୟୁଏଇରେ ମଧ୍ୟ ଓମିକ୍ରନ ମାମଲା ସାମନାକୁ ଆସିଛି । ଦୁଇଟି ଦେଶରେ ଜଣେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୨୫ଟି ଦେଶରେ ବ୍ୟାପିଲାଣି କରୋନାର ଏହି ମାରାତ୍ମକ ନୂଆ ପ୍ରଜାତି ।

ପୂର୍ବରୁ ୨୩ଟି ଦେଶରେ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଥିଲା । ଆମେରିକା କାଲିଫର୍ଣ୍ଣିଆ ଜଣେ ବ୍ୟକ୍ତି ଏହି ନୂଆ ଭ୍ୟାରିଆ ରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉଚି ହ୍ୱାଇଟ ହାଉସରେ କହିଛନ୍ତି ଯେ, ଆମେରିକାରେ ଓମିକ୍ରନ ଭ୍ୟାରିଆ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ସେ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତି ଜଣକ ନଭେମ୍ବର ୨୨ରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଏବଂ ୨୯ ନଭେମ୍ବରରେ ସେ ସଂକ୍ରମିତ ଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତି ଜଣ ଦୁଇଟି ଯାକ ଟିକା ନେଇଛନ୍ତି କିନ୍ତୁ ବୁଷ୍ଟର ଡୋଜ ନେଇନାହାଁନ୍ତି । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା ଫାଉଚି କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ମାସର ଶେଷରେ ହିଁ ଦକ୍ଷିଣ ଆଫ୍ରିକାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଦେଶକୁ ଦେଶ ଏହି ଭାଇରସ ନିଜର କାୟା ମେଲାଇ ଚାଲିଥିବା ବେଳେ ଏନେଇ ପୂର୍ବରୁ ସତର୍କ ମଧ୍ୟ କରାଇଥିଲା ହୁ। ଏବେ ଯାଏଁ ବିଭିନ୍ନ ଦେଶରେ ଓମିକ୍ରନ ଭ୍ୟାରିଆ ଚିହ୍ନଟ ହୋଇଥିବା ବେଳେ ବୋତ୍ସବନରେ ୧୯,ଦକ୍ଷିଣ ଆଫ୍ରିକାରେ ୭୭, ନାଇଜେରିଆରେ ୩,ବ୍ରିଟେନରେ ୨୨,ଦକ୍ଷିଣକୋରିଆରେ ୫,ଅଷ୍ଟ୍ରେଲିଆରେ ୭, ବ୍ରାଜିଲରେ ୩, ଜର୍ମାନୀରେ ୯,ହଙ୍ଗକଙ୍ଗରେ ୪,ଇଜ୍ରାଇଲରେ ୪,ଇଟାଲୀରେ ୯,ଜାପାନରେ ୨,ନେଦରଲ୍ୟାଣ୍ଡରେ ୧୬, ସ୍ପେନରେ ୨, ପର୍ତ୍ତୁଗାଲ ୧୩,ସ୍ୱିଡେନରେ ୩,କାନାଡାରେ ୬,ଡେନମାର୍କରେ ୪ ଏବଂ ଆମେରିକା, ଅଷ୍ଟ୍ରିଆ, ବେଲଜିୟମ, ଫ୍ରାନ୍ସ, ୟୁଏଇରେ ଗୋଟେ ଗୋଟେ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.