ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବିଦେଶରେ ଆତଙ୍କ ଖେଳାଇଲା ଓମିକ୍ରନ

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହି ନୂଆ ଭ୍ୟାରିଆଣ୍ଟ ଏବେ ଗୋଟ ପରେ ଗୋଟେ ଦେଶ ଡେଇଁବାରେ ଲାଗିଛି । ଆମେରିକା ଓ ୟୁଏଇରେ ମଧ୍ୟ ଓମିକ୍ରନ ମାମଲା ସାମନାକୁ ଆସିଛି । ଦୁଇଟି ଦେଶରେ ଜଣେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୨୫ଟି ଦେଶରେ ବ୍ୟାପିଲାଣି କରୋନାର ଏହି ମାରାତ୍ମକ ନୂଆ ପ୍ରଜାତି ।

ପୂର୍ବରୁ ୨୩ଟି ଦେଶରେ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଥିଲା । ଆମେରିକା କାଲିଫର୍ଣ୍ଣିଆ ଜଣେ ବ୍ୟକ୍ତି ଏହି ନୂଆ ଭ୍ୟାରିଆ ରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉଚି ହ୍ୱାଇଟ ହାଉସରେ କହିଛନ୍ତି ଯେ, ଆମେରିକାରେ ଓମିକ୍ରନ ଭ୍ୟାରିଆ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ସେ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତି ଜଣକ ନଭେମ୍ବର ୨୨ରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଏବଂ ୨୯ ନଭେମ୍ବରରେ ସେ ସଂକ୍ରମିତ ଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତି ଜଣ ଦୁଇଟି ଯାକ ଟିକା ନେଇଛନ୍ତି କିନ୍ତୁ ବୁଷ୍ଟର ଡୋଜ ନେଇନାହାଁନ୍ତି । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା ଫାଉଚି କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ମାସର ଶେଷରେ ହିଁ ଦକ୍ଷିଣ ଆଫ୍ରିକାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଦେଶକୁ ଦେଶ ଏହି ଭାଇରସ ନିଜର କାୟା ମେଲାଇ ଚାଲିଥିବା ବେଳେ ଏନେଇ ପୂର୍ବରୁ ସତର୍କ ମଧ୍ୟ କରାଇଥିଲା ହୁ। ଏବେ ଯାଏଁ ବିଭିନ୍ନ ଦେଶରେ ଓମିକ୍ରନ ଭ୍ୟାରିଆ ଚିହ୍ନଟ ହୋଇଥିବା ବେଳେ ବୋତ୍ସବନରେ ୧୯,ଦକ୍ଷିଣ ଆଫ୍ରିକାରେ ୭୭, ନାଇଜେରିଆରେ ୩,ବ୍ରିଟେନରେ ୨୨,ଦକ୍ଷିଣକୋରିଆରେ ୫,ଅଷ୍ଟ୍ରେଲିଆରେ ୭, ବ୍ରାଜିଲରେ ୩, ଜର୍ମାନୀରେ ୯,ହଙ୍ଗକଙ୍ଗରେ ୪,ଇଜ୍ରାଇଲରେ ୪,ଇଟାଲୀରେ ୯,ଜାପାନରେ ୨,ନେଦରଲ୍ୟାଣ୍ଡରେ ୧୬, ସ୍ପେନରେ ୨, ପର୍ତ୍ତୁଗାଲ ୧୩,ସ୍ୱିଡେନରେ ୩,କାନାଡାରେ ୬,ଡେନମାର୍କରେ ୪ ଏବଂ ଆମେରିକା, ଅଷ୍ଟ୍ରିଆ, ବେଲଜିୟମ, ଫ୍ରାନ୍ସ, ୟୁଏଇରେ ଗୋଟେ ଗୋଟେ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.