ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ ଏନେଇ ଜଣାଇଥିଲେ।। ପୁଲିସ ସେହି ସମସ୍ତ ରାସ୍ତାର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

ଟ୍ରକରେ ମିରାଜ ଯୁଦ୍ଧ ବିମାନର ଟାୟାରକୁ ଯୋଧପୁରଏୟାରବେସକୁ ନିଆଯାଉଥିଲା। କିନ୍ତୁ ସହିଦ ପଥ ରାସ୍ତାରେ ଟ୍ରାଫିକ ଜାମ ଥିବା ବେଳେ ଟ୍ରକ ଫସି ରହିଥିଲା। ଏହାର ଫାଇଦା ନେଇ ସ୍କର୍ପିଓରେ ଆସିଥିବା ଦୁର୍ବୃତ୍ତମାନେ ଟ୍ରକର ବେଲ୍ଟ କାଟି ମିରାଜ ଯୁଦ୍ଧ ବିମାନର ଚକ ନେଇଯାଇଥିଲେ। ଟ୍ରକ ଡ୍ରାଇଭ ହେମ ସିଂହ ଯେତେବେଳେ ଏହା ଜାଣିଥିଲେ ସେତେବେଳେ ଚୋର ମାନେ ଫେରାର ହୋଇସାରିଥିଲେ। ଟ୍ରକ ଡ୍ରାଇଭର୍‌ଙ୍କ କହିବା ଅନୁସାରେ, ରାତି ସାଢେ ୧୨ରୁ ଗୋଟାଏ ମଧ୍ୟରେ ଏହି ଚୋରି ହୋଇଥିଲା।

ଡିସିପି ଇଷ୍ଟ ଅମିତ କୁମାର କହିଛନ୍ତି ଯେ, ନଭେମ୍ବର ୨୭ରେ ଏହି ଘଟଣାଟ ଘଟିଥିଲା। ଡିସେମ୍ବର ୧ରେ ଏନେଇ ଥାନାରେ ଏତଲା ଦିଆଯାଇଛି।। ସହିଦ ପଥର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ଏବଂ ଖୁବ ଶୀଘ୍ର ଚୋର ମାନଙ୍କୁ ଗିରଫ କରାଯିବ। । ଟ୍ରକରେ ମିରାଜ ଫାଇଟର ଜେଟ୍‌ର ୫ଟି ଚକ ଯାଉଥିଲା। ସେଥିରୁ ଗୋଟିଏ ଚକ ଚୋରି ହୋଇଯାଇଛି।

Leave A Reply

Your email address will not be published.