ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ ଏନେଇ ଜଣାଇଥିଲେ।। ପୁଲିସ ସେହି ସମସ୍ତ ରାସ୍ତାର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

ଟ୍ରକରେ ମିରାଜ ଯୁଦ୍ଧ ବିମାନର ଟାୟାରକୁ ଯୋଧପୁରଏୟାରବେସକୁ ନିଆଯାଉଥିଲା। କିନ୍ତୁ ସହିଦ ପଥ ରାସ୍ତାରେ ଟ୍ରାଫିକ ଜାମ ଥିବା ବେଳେ ଟ୍ରକ ଫସି ରହିଥିଲା। ଏହାର ଫାଇଦା ନେଇ ସ୍କର୍ପିଓରେ ଆସିଥିବା ଦୁର୍ବୃତ୍ତମାନେ ଟ୍ରକର ବେଲ୍ଟ କାଟି ମିରାଜ ଯୁଦ୍ଧ ବିମାନର ଚକ ନେଇଯାଇଥିଲେ। ଟ୍ରକ ଡ୍ରାଇଭ ହେମ ସିଂହ ଯେତେବେଳେ ଏହା ଜାଣିଥିଲେ ସେତେବେଳେ ଚୋର ମାନେ ଫେରାର ହୋଇସାରିଥିଲେ। ଟ୍ରକ ଡ୍ରାଇଭର୍‌ଙ୍କ କହିବା ଅନୁସାରେ, ରାତି ସାଢେ ୧୨ରୁ ଗୋଟାଏ ମଧ୍ୟରେ ଏହି ଚୋରି ହୋଇଥିଲା।

ଡିସିପି ଇଷ୍ଟ ଅମିତ କୁମାର କହିଛନ୍ତି ଯେ, ନଭେମ୍ବର ୨୭ରେ ଏହି ଘଟଣାଟ ଘଟିଥିଲା। ଡିସେମ୍ବର ୧ରେ ଏନେଇ ଥାନାରେ ଏତଲା ଦିଆଯାଇଛି।। ସହିଦ ପଥର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ଏବଂ ଖୁବ ଶୀଘ୍ର ଚୋର ମାନଙ୍କୁ ଗିରଫ କରାଯିବ। । ଟ୍ରକରେ ମିରାଜ ଫାଇଟର ଜେଟ୍‌ର ୫ଟି ଚକ ଯାଉଥିଲା। ସେଥିରୁ ଗୋଟିଏ ଚକ ଚୋରି ହୋଇଯାଇଛି।

Leave A Reply

Your email address will not be published.