ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ସନ୍ଧ୍ୟା ବେଳକୁ ବାତ୍ୟାର ରୂପ ନେବ, ପୁରୀକୁ ଆଖି

0

ଭୁବନେଶ୍ବର: ଆଉ ୧୨ ଘଣ୍ଟା ପରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନୀଭୂତ ଗଭୀର ଅବପାତ। ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସ୍ୱଷ୍ଟ କରାଯାଇନାହିଁ। ଆଇଏମଡି ପକ୍ଷରୁ ଟଣା ଯାଇଥିବା ରେଖା ସୂଚାଉଛି, ଏହା ଚିଲିକାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ। ଅବଶ୍ୟ ସେତେବେଳକୁ ଏହା ଅତି ଭୀଷଣ ବାତ୍ୟାରୁ ବାତ୍ୟାକୁ ରୂପାନ୍ତରିତ ହୋଇସାରିଥିବ ଓ ଏହାର ପ୍ରକୋପ ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ କମ ଥାଇପାରେ।

ଆଜି ସକାଳୁ ଅବପାତ ଗଭୀର ଅବପାତ ରୂପ ନେଇସାରିଛି। ଆଇଏମଡି ଜଣାଇଛି ଯେ ଆଉ ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇ ଆଗକୁ ବଢ଼ିବ। ଏହା ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଏବଂ ଅଧୀକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୂଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଓଡିଶାରେ ଅଧିକ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରାଯାଇଛି।

ଏଥିପାଇଁ ଓଡିଶାର ସମସ୍ତ ବିମାନବନ୍ଦର ଗୁଡିକରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୪ ତାରିଖ ସକାଳୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳରେ ଗତି କରିପାରେ। ଏହା ସ୍ଥଳ ଭାଗ ମୁହାଁ ହେବା ବେଳକୁ ଦୁର୍ବଳ ହୋଇଯାଇଥିବ। ତେବେ ବାତ୍ୟା ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ପାଗରେ ପରିବର୍ତ୍ତନ ହେବ। ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ପୁରୀ, ଗଞ୍ଜାମ,ଗଜପତି, ଜଗତସିଂହପୁରକୁ ରେଡ ୱାଣ୍ଣିଂ ଜାରି କରାଯାଇଛି। ସେହିପରି ୫ ତାରିଖ ପାଇଁ କେନ୍ଦ୍ରାପଡା, କଟକ, ଭଦ୍ରକ,ବାଲେଶ୍ୱର, ଯାଜପୁର,ଜଗତସିଂହପୁର,ମୟୂରଭଞ୍ଜ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ମତ୍ସୀଜୀବୀଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୩ ତାରିଖ ସକାଳେ ସମୂଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଏବଂ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ। ୪ ତାରିଖ ସକାଳେ ଉ ର ପଶ୍ଚିମ ଏବଂ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଘଣ୍ଟୀ ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିପାରେ। ଏବଂ ସ୍ଥଳ ବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି।

ବାତ୍ୟା ମୁକାବିଲା ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ୩ରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ରହିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି।ରାପୁଟ ଜିଲ୍ଳାରେ ବି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି ଜିଲ୍ଲା ପ୍ରଶାସନ। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ଅମଳ ଧାନ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ କୁହାଯାଇଛି। ୨୨୫ଟି ଓଡ୍ରାଫ ,ଏନଡିଆରଏଫ ଟିମ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି।

Leave A Reply

Your email address will not be published.