ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ…

0

୨୮ ଟଙ୍କାର ଉଧାର ଫେରାଇବାକୁ ଆମେରିକାରୁ ଭାରତ ଆସିଲେ ୮୫ ବର୍ଷର ବୃଦ୍ଧ । ନିଜ ପୁଅ ପାଖରେ ଆମେରିକାରେ ଯାଇ ରହୁଥିବା ବୃଦ୍ଧ ଜଣକ ଭାରତରେ ଏକ ମିଠା ଦୋକାନରେ ବାକି ଥିବା ୨୮ ଟଙ୍କା ଦେବାକୁ ଭୁଲିନାହାନ୍ତି । ୬୮ ବର୍ଷ ପରେ ଆମେରିକାରୁ ହରିଆଣା ଆସି ୨୮ ଟଙ୍କା ବଦଳରେ ଉଧାର ଦେଇଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି ୮୫ ବର୍ଷର ବିଏସ ଓପ୍ପଲ ।

ହରିୟାଣାର ପ୍ରଥମ ନୌସେନା ବାହାଦୁରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ନୌସେନା କମାଣ୍ଡର ବିଏସ ଓପ୍ପଲ ଚାକିରିରୁ ଅବସର ନେବା ପରେ ନିଜ ପୁଅ ପାଖକୁ ଆମେରିକା ପଳାଇଥିଲେ । ହେଲେ ଏବେ ହରିୟାଣାର ହିସାର ଜିଲ୍ଲାର ମୋତି ବଜାର ସ୍ଥିତ ମିଠା ଦୋକାନରେ ହଠାତ ଦିନେ ଆସି ପହଞ୍ଚିଲେ। ଆଉ ଦୋକାନୀକୁ କହିଥିଲେ, ତୁମ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କୁ ୧୯୫୪ ମସିହାରେ ମୋତେ ୨୮ ଟଙ୍କା ଦେବାର ଥିଲା । କିନ୍ତୁ ମୋତେ ନୌସେନାରେ ହଠାତ ଯୋଗ ଦେବାକୁ ପଡିଥିଲା । ଏଥିପାଇଁ ତୁମ ଜେଜେ ବାପାଙ୍କ ଟଙ୍କା ଫେରାଇ ପାରିନଥିଲି ।

ହେଲେ ଆମେରିକା ଯିବା ପରେ ଦୁଇଟି କଥା ଲାଗି ଭାରତ ଆସିବା ପାଇଁ ତାଙ୍କର ବହୁତ ଇଛ୍ଛା ଥିଲା । ଗୋଟେ ହେଲା ମିଠା ଦୋକାନୀରେ ୨୮ ଟଙ୍କା ଫେରାଇବାର ଥିଲା,ଅନ୍ୟଟି ସେ ପଢୁଥିବାର ସ୍କୁଲକୁ ଦେଖିବାକୁ ଚାହୁଁଥିଲେ । ଏହା ପରେ ବିଏସ ଓପ୍ପଲ ମିଠା ଦୋକାନୀ ବିନୟ ବଂସଲଙ୍କ ହାତରେ ତାଙ୍କ ଜେଜେଙ୍କ ପାଖେ ଉଧାର ଥିବା ୨୮ ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇଥିଲେ । ହେଲେ ବିନୟ ବଂସଲ ଏହାକୁ ନେବାକୁ ମନା କରିଥିଲେ । କିନ୍ତୁ ଓପ୍ପଲ ବାଧ୍ୟ କରିବା ପରେ ସେ ଏହି ଟଙ୍କା ରଖିଥିଲେ । ୨୮ ଟଙ୍କାର ବାକି ଦେବାକୁ ଜଣେ ସୁଦୂର ଆମେରିକାରୁ ଭାରତ ଆସିବା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି,ଅନ୍ୟମାନଙ୍କ ପାଇଁ ଉଦାହରଣ ବି ପାଲଟିଛି ।

Leave A Reply

Your email address will not be published.