ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଗୁଜୁରାଟରେ ଚିହ୍ନଟ ହେଲେ ଓମିକ୍ରନ ସଂକ୍ରମିତ

0

ଭାରତରେ କରୋନା ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଆଉ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳୁ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟ ଜାମନଗରକୁ ଫେରିଥିଲେ ସଂକ୍ରମିତ ବ୍ୟକ୍ତି ଜଣକ । ବିମାନ ବିମାନବନ୍ଦରରେ ତାଙ୍କର ଯାଞ୍ଚ ବେଳେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ତାଙ୍କ ନମୂନା ଜେନୋମ ସ୍ୱିକେନ୍ସିଂ ପାଇ ପଠାଯାଇଥିଲା । ରିପୋର୍ଟ ଆସିବାରେ ପରେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଭାରତରେ ଏହା ହେଉଛି ଓମିକ୍ରନ ଭ୍ୟାରିଆ ର ତୃତୀୟ ମାମଲା । ଏହା ପୂର୍ବରୁ କର୍ଣ୍ଣାଟକରୁ ଦୁଇଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ ବୟସ ୬୬ ବର୍ଷ ଓ ୪୬ ବର୍ଷ । ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଦୁବାଇ ଯାଇସାରିଛନ୍ତି ।

ଭାରତରେ ଆଗକୁ ଓମିକ୍ରନ ମାମଲା ଆହୁରି ବଢିବା ଆଶଙ୍କା କରାଯାଉଛି । କାରଣ ମହାରାଷ୍ଟ୍ରରେ ୩୦ ଜଣଙ୍କ ନମୂନା ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି । ଶୁକ୍ରବାର ପର୍ଯ୍ୟନ୍ତ ହାଇ ରିକ୍ସ ଦେଶରୁ ରାଜ୍ୟକୁ ୨ ହଜାର ୮୨୧ ଜଣ ଯାତ୍ରୀ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଂକ୍ରମିତ ଅଛନ୍ତି । ସେପଟେ ରାଜସ୍ଥାନ ଜୟପୁରକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତିକି ହିଁ ନୁହେଁ, ସେମାନଙ୍କ ସଂପର୍କରେ ଆସିଥିବା ୫ ଜଣ ମଧ୍ୟ ପଜିଟିଭ ଥିବା ଜଣାପଡିଛି ।

ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସହ ଯୋଗଯୋଗ ହୋଇପାରୁନାହିଁ । ଏହି ୧୦ ବିଦେଶ ଯାତ୍ରୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.