ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଗୁଜୁରାଟରେ ଚିହ୍ନଟ ହେଲେ ଓମିକ୍ରନ ସଂକ୍ରମିତ

0

ଭାରତରେ କରୋନା ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଆଉ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳୁ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟ ଜାମନଗରକୁ ଫେରିଥିଲେ ସଂକ୍ରମିତ ବ୍ୟକ୍ତି ଜଣକ । ବିମାନ ବିମାନବନ୍ଦରରେ ତାଙ୍କର ଯାଞ୍ଚ ବେଳେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ତାଙ୍କ ନମୂନା ଜେନୋମ ସ୍ୱିକେନ୍ସିଂ ପାଇ ପଠାଯାଇଥିଲା । ରିପୋର୍ଟ ଆସିବାରେ ପରେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଭାରତରେ ଏହା ହେଉଛି ଓମିକ୍ରନ ଭ୍ୟାରିଆ ର ତୃତୀୟ ମାମଲା । ଏହା ପୂର୍ବରୁ କର୍ଣ୍ଣାଟକରୁ ଦୁଇଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ ବୟସ ୬୬ ବର୍ଷ ଓ ୪୬ ବର୍ଷ । ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଦୁବାଇ ଯାଇସାରିଛନ୍ତି ।

ଭାରତରେ ଆଗକୁ ଓମିକ୍ରନ ମାମଲା ଆହୁରି ବଢିବା ଆଶଙ୍କା କରାଯାଉଛି । କାରଣ ମହାରାଷ୍ଟ୍ରରେ ୩୦ ଜଣଙ୍କ ନମୂନା ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଛି । ଶୁକ୍ରବାର ପର୍ଯ୍ୟନ୍ତ ହାଇ ରିକ୍ସ ଦେଶରୁ ରାଜ୍ୟକୁ ୨ ହଜାର ୮୨୧ ଜଣ ଯାତ୍ରୀ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଂକ୍ରମିତ ଅଛନ୍ତି । ସେପଟେ ରାଜସ୍ଥାନ ଜୟପୁରକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏତିକି ହିଁ ନୁହେଁ, ସେମାନଙ୍କ ସଂପର୍କରେ ଆସିଥିବା ୫ ଜଣ ମଧ୍ୟ ପଜିଟିଭ ଥିବା ଜଣାପଡିଛି ।

ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସହ ଯୋଗଯୋଗ ହୋଇପାରୁନାହିଁ । ଏହି ୧୦ ବିଦେଶ ଯାତ୍ରୀଙ୍କ ଫୋନ ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.