ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜି ଶେଷ ହେବ କି ଚାଷୀ ଆନ୍ଦୋଳନ?

0

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ବି ଶେଷ ହୋଇନି ଚାଷୀଙ୍କ ଆନ୍ଦୋଳନ। କୃଷକ ଆନ୍ଦୋଳନ ଶେଷ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି। ଏମଏସପି,ମୃତ ଚାଷୀଙ୍କୁ କ୍ଷତିପୂରଣ ଏବଂ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ଆନ୍ଦୋଳନ ଜାରି ରହିଛି। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଚାଷୀଙ୍କ ସବୁ ଦାବି ପୂରଣ ପାଇଁ ରାଜି ହୋଇପାରନ୍ତି ମୋଦୀ ସରକାର। ଏନେଇ ଆଜି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। ସରକାର ସହ ଆଲୋଚନା ପାଇଁ କୃଷକଙ୍କର ଏକ କମିଟି ପ୍ରସ୍ତୁତ କରାଯାଇଛି। ଯେଉଁମାନେ ନିଜ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବେ।

ମଙ୍ଗଳବାର ସିଂଘୁ ସୀମାରେ କୃଷକ କମିଟି ବୈଠକ ବସିଥିଲା। ସରକାରଙ୍କ ଲିଖିତ ପ୍ରତିଶ୍ରୁତି ନୁହେଁ ତାଙ୍କ କାର୍ଯ୍ୟଶୈଳୀ ଉପରେ ଚାଷୀ ଆନ୍ଦୋଳନ ନିର୍ଭର କରେ ବୋଲି ଚାଷୀ ନେତା କହିଛନ୍ତି। ସଂଯୁକ୍ତ କିଶାନ ମୋର୍ଚ୍ଚାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ କିଶାନ ମୋର୍ଚ୍ଚାର ବୈଠକ ବସିଥିଲା। ହେଲେ ବୈଠକରେ ପ୍ରସ୍ତାବକୁ ଗ୍ରହଣ କରିବା ନେଇ କୃଷକ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇନଥିଲା। ତେବେ ଏହି ପୁରା ବିଷୟରେ ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ବୈଠକରେ ବଡ଼ ନିଷ୍ପତି ନିଆଯିବାର ଅନୁମାନ କରାଯାଉଛି।

  • କେଉଁଠି ରହିଛି ଅସୁବିଧା?
  • ମଙ୍ଗଳବାର ସନ୍ଧ୍ୟା ସୁଦ୍ଧ କୃଷକ ଆନ୍ଦୋଳନ ଶେଷ ହୋଇଯିବ ବୋଲି ଆଶା ରହିଥିଲା ,କିନ୍ତୁ ଏଭଳି କିଛି ହୋଇନଥିଲା। ଚାଷୀ ମାନେ ସେମାନଙ୍କ ଜିଦରେ ଅଟଳ ଅଛନ୍ତି।
  • କୃଷକଙ୍କୁ କେନ୍ଦ୍ର ସରକାର ପଠାଇଥିବା ପ୍ରସ୍ତାବରେ ଚାଷୀ ପ୍ରଥମେ ଆନ୍ଦୋଳନ ଶେଷ କରନ୍ତୁ ଓ ପରେ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ବୋଲି କୁହାଯାଇଛି। କିନ୍ତୁ ଚାଷୀ କହିଛନ୍ତି ପ୍ରଥମେ ମାମଲା ପ୍ରତ୍ୟାହାର କରନ୍ତୁ ଏହା ପରେ ଆନ୍ଦୋଳନରୁ ଉଠିବେ।
  • ଏମଏସପି ଉପରେ ସରକାର କେନ୍ଦ୍ର,ରାଜ୍ୟ, କୃଷି ବିଶେଷଜ୍ଞ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ସହ କମିଟି କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ କୃଷକ ମାନେ
    କହିଛନ୍ତି,ଆନ୍ଦୋଳନ ସେ କରିଛନ୍ତି ତେଣୁ କମିଟିରେ କେବେଳ ତାଙ୍କ ସଦସ୍ୟ ରହିବା ଉଚିତ୍।
  • ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାର ସହମତି ପ୍ରକାଶ କରିଛନ୍ତି , କିନ୍ତୁ ସଂଯୁକ୍ତ କିଶାନ ମୋର୍ଚ୍ଚା ପଞ୍ଜାବ ମଡେଲ ଅଧିନରେ ୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ପାଇଁ ଦାବି କରିଛନ୍ତି।

ତେବେ ସଂସଦ ଭିତରେ ଓ ସଂସଦ ବାହାରେ ଏବେ ଚାଷୀଙ୍କ ପ୍ରସଙ୍ଗ ଜୋର ଧରିଛି। ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିନ ୨ଟାରେ ବୈଠକ ଡକାଯାଇଛି।ବୈଠକରେ ଆନ୍ଦୋଳନ ସମାପ୍ତ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

Leave A Reply

Your email address will not be published.