ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

‘ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ପିଲା’

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସବୁଆଡେ ଭୟର ବାତାବରଣ। ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି କରୋନାର ଏହି ନୂଆ ପ୍ରଜାତି। ‘ହୁ’ ୟୁରୋପ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୫ରୁ ୧୪ ବର୍ଷର ପିଲାଙ୍କ ମଧ୍ୟରେ ସଂକ୍ରମତ ଦ୍ରୁତ ଗତିରେ ବ୍ୟାପୁଛି।

‘ହୁ’ ୟୁରୋପର ରିଜଓନାଲ ଡାଇରେକ୍ଟର ଡାକ୍ତର ହେନ୍ସ କ୍ଲୁଜ କହିଛନ୍ତି ଯେ, ଟିକାକରଣ ପ୍ରଭାବ ଦେଖିବାକୁ ମିଳିଛି। ପୂର୍ବ ପିକ ତୁଳନାରେ ମୃତ୍ୟୁସଂଖ୍ୟା କମ
ରହିଛି। ତେବେ ସେ ଏହା ବି କହିଛନ୍ତି ଯେ,ଗତ ଦୁଇ ମାସରେ ମଧ୍ୟରେ ୫୩ ଦେଶରେ କରୋନାରେ ସଂକ୍ରମିତ ମାମଲା ଓ ମୃତ୍ୟୁ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି। ସେ କହିଛନ୍ତି ,ଡେଲଟା ଭ୍ୟାରିଆଣ୍ଟଏବେ ବି ବ୍ୟାପୁଛି। ଏହାରି ଭିତରେ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ମାମଲା ମଧ୍ୟ ୨୧ ଦେଶରୁ ୪୩୨ ଜଣ ଚିହ୍ନଟ ହେଲେଣି। ତେବେ ଓମିକ୍ରନ ଅଧିକ ବିପଦ କି ନୁହେଁ ସେ ନେଇ ଏବେ ଜାଣିବାର ଅଛି ବୋଲି ହେନ୍ସ କହିଛନ୍ତି।

ହେନ୍ସ କ୍ଲୁଜ ଚିନ୍ତାବ୍ୟକ୍ତ କରିଛନ୍ତି ଯେ, ୟୁରୋପରେ କିଛି ଦେଶରେ ପିଲାଙ୍କ ସଂକ୍ରମଣ ମାମଲା ଦୁଇରୁ ତିନି ଗୁଣା ବଢିଯାଇଛି। ପିଲାମାନେ ସ୍କୁଲ ଛୁଟି ହେବା
ପରେ ଘରକୁ ଯିବେ ,ଏବଂ ତାଙ୍କଠୁ ସଂକ୍ରମଣ ପରିବାର ଲୋକ ବ୍ୟାପିବାର ଆଶଙ୍କା ରହିଛି। ତେବେ ଟିକାକରଣ ଦ୍ୱାରା ସଂକ୍ରମଣର ଏହି ଭୟାବହତାକୁ ରୋକି ହେବ। ଓମିକ୍ରନ ବିପଦ ମଧ୍ୟରେ ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୫ରୁ ୧୧ ବର୍ଷର ପିଲାଙ୍କୁ ଟିକାକରଣ ନେଇ ମଞ୍ଜୁରୀ ଦେଇଦେଇଛି। ୟୁରୋପର କିଛି ଦେଶରେ ପୂର୍ବରୁ ହିଁ ଛୋଟ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇସାରିଛି।

Leave A Reply

Your email address will not be published.