ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

କୋଭିସିଲ୍ଡରେ ପ୍ରସ୍ତୁତିରେ ଥିଲା ବଡ ଭୂମିକା, ଏବେ ଆଉ ନାହାନ୍ତି

0

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବଙ୍କର ପରଲୋକ ହୋଇଛ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନରେ ଅସୁସ୍ଥ ଥିବା ବେଳେ ଗତକାଲ ସାୟଦ୍ରି ହସ୍ପିଟାଲରେ ଆଖିବୁଜିଛନ୍ତି। କୋଭିଡ ଟିକା ତିଆରି ଗବେଷଣା ଓ ବିକାଶ କରିବା କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ଥିଲା।

ପୁଣେର ବିଦର୍ଭ ଗାଁରେ ଜନ୍ମ ନେଇଥିବା ସୁରେଶ ଯାଦବ ସବୁ ଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ନାଗପୁର ବିଶ୍ୱବିଦ୍ୟାଳୟରୁ ତାଙ୍କର ଉଚ୍ଚ ଶିକ୍ଷା ସମାପ୍ତ ହୋଇଥିଲା। ଭ୍ୟାକସିନ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ଥିଲା।। ଆଧୁନିକ ଔଷଧର ସେ ବିଭିନ୍ନ ପେଟେ ତିଆରି କରି ସାରା ବିଶ୍ୱକୁ ନୂଆ ଆଲୋକ ବର୍ତ୍ତିକା ଦେଖାଇଛନ୍ତି। ସେ ଗାଭି ବୋର୍ଡରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ନିୟାମକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗଯୋଗରେ ମଧ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସୁରେଶ ଯାଦବଙ୍କ ବିୟୋଗରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଡକ୍ଟର ସାଇରସ ପୁନାୱାଲା ଦୁଃଖ ପ୍ରକାଶ କରିଛନ୍ତି। ଯାଦବ ଜଣେ ଅନ୍ତର୍ଜାତୀୟ ଚେହେରା ଥିଲେ ବୋଲି ସେ କହିଛନ୍ତି। ସାୟଦ୍ରି ହସ୍ପିଟାଲରେ ଯାଦବଙ୍କ ପରଲୋକ ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଓ ଅନ୍ୟ ଅଧିକାରୀମାନେ ତାଙ୍କ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଥିଲେ। ସୁରେଶ ଯାଦବଙ୍କର ପତ୍ନୀ ଓ ଦୁଇ ପିଲା ଅଛନ୍ତି। ଭାରତୀୟ ଚିକିତ୍ସା କ୍ଷେତ୍ରରେ ଡଃ ସୁରେଶ ଯାଦବଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି।

Leave A Reply

Your email address will not be published.