ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଗୃହ ଛାଡି ରାସ୍ତାକୁ ଆସିଲେ: ଆଜି ବିଜେଡି-ବିଜେପି, କାଲି କଂଗ୍ରେସ

0

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଗୃହ ଭିତରେ ପ୍ରତିବାଦ ପରେ ଆଜି ଗୃହ ବାହାରେ ଦୁଇ ପ୍ରମୁଖ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ଶୋଭାଯାତ୍ରା। ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଦୁଇ ଦଳ। ମୁହାଁମୁହିଁ ହେବେ ବିଜେଡି ,ବିଜେପି। ଗତ ସାତ ଦିନ ହେବ ବିଧାନସଭାରେ ଶୀତ ଅଧିବେଶନ ଗୋଟିଏ ବି ଦିନ ଚାଲିପାରିନଥିବା ବେଳେ ପ୍ରତିଦିନ ଗୃହରେ ବିରୋଧୀ ଓ ଶାସକ ଦଳର ସଦଦ୍ୟଙ୍କ ହୋହଲ୍ଲାଙ୍କୁ ଯୋଗୁଁ ଗୃହକୁ ମୁଲତବି କରାଯାଉଛି। ନିଜ ନିଜ ଜିଦରେ ବିରୋଧୀ,ଶାସକ ଦଳ ବିଧାୟକ ଅଟଳ ଥିବା ବେଳେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ।

ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଆଜି ବିଧାନସଭା ଘେରାଉ ଡାକରା ଦେଇଛି ବିଜେପି ଯୁବମୋର୍ଚ୍ଚା।ମମିତା ମେହେରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରିବ। ଏଥିରେ ୧୦ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଦଳ ଯୋଜନା କରିଛି। ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜିରେ ପହଞ୍ଚିବ। ସେଠାରେ
ଦଳ ପକ୍ଷରୁ ପ୍ରତିବାଦ କରାଯିବ। ଯେପର୍ଯ୍ୟନ୍ତ ମମିତାଙ୍କ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେପଟେ ସମାନ ଦିନରେ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ଆଜି ବିଜେଡି ପକ୍ଷରୁ ରାଜଧାନୀରେ ବିକ୍ଷୋଭ, ଶୋଭାଯାତ୍ରା କରିବାକୁ ଯାଉଛି। ଦଳର ଯୁବ ମୋର୍ଚ୍ଚା ଓ ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭଯାତ୍ରା କରାଯିବ।ତେବେ ବିଜେଡି ଶୋଭାଯାତ୍ରା ନିକୋ ପାର୍କରୁ ବାହାରି ସଚିବାଳୟ ମାର୍ଗ ଯାଏ ଯିବ। ବେକାରୀ,ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଆନ୍ଦୋଳନକୁ ଓହ୍ଲାଇବ।

ସେପଟେ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ମମିତା ମେହେର ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ତେବେ ଆଜି ବିଜେପି ଓ ବିଜେଡି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବାରୁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୮ ପ୍ଲାଟୁନ ପୁଲିସ ଫୋର୍ସ. ୩ ଡିସିପି, ୬ ଅତିରିକ୍ତ ଡିସିପି, ୧୨ ଏସିପି, ୨୧ ଜଣ ଇନ୍ସପେକ୍ଟର ନିୟୋଜିତ ହେବେ ।

Leave A Reply

Your email address will not be published.