ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା

0

ଗୃହ ଭିତରେ , ଗୃହ ବାହାରେ ସବୁଠୁ ମମିତା ପ୍ରସଙ୍ଗକୁ ନେଇ ଝଡ଼ । ଗତକାଲି ବିଜେପିର ଋଣହୁଙ୍କାର ପରେ ଆଜି ରାଜଧାନୀ ରାଜରାସ୍ତାରେ ତାତିଲା କଂଗ୍ରେସ । ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ଫାଟକ ଭାଙ୍ଗି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ ଓ ପୁଲିସ । ଫଳରେ ଋଣକ୍ଷେତ୍ର ପାଲଟିଛି ରାଜଧାନୀ ରାଜରାସ୍ତା ।

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସରକାର ବଳପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଥିବା କହିଛି କଂଗ୍ରେସ । ଆଜି ବିଧାନସଭା ଫାଟକ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲା । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଯାଇଥିଲେ କଂଗ୍ରେସ କର୍ମୀ । ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।

ଛାତ୍ର କଂଗ୍ରେସ ପକ୍ଷରୁ ପୁଲିସ ଉପରକୁ ଅଣ୍ଡା ମାଡ଼,ଟମାଟୋ ମାଡ଼, ପଥର ମାଡ କରାଯାଇଥିଲା । ଏହାର ଜବାବରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉେ ଜନାମୂଳକ ସ୍ଥିତି ଦେଖାଦେଇଥିଲା । ଲାଠିମାଡ଼ରେ ଜଣକ ମୁଣ୍ଡ ମଧ୍ୟ ଫାଟିଯାଇଛି । କଂଗ୍ରେସ ଭବନରେ ମଧ୍ୟ ପଶି ପୁଲିସ ଲାଠିମାଡ଼ କରିଥିଲା । କିଛି କର୍ମୀଙ୍କୁ ପୁଲିସ ଉଡାଇ ନେଇଛି । ଗତକାଲି ବିଜେପି ମଧ୍ୟ ସମାନ ପ୍ରସଙ୍ଗରେ ବିଧାନସଭା ଘେରାଉ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା ।

ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ ମୁହାଁମୁହିଁ,ଧସ୍ତାଧସ୍ତି ହୋଇଥିଲେ । ବିଜେପି କର୍ମୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଏହା ପରେ ପୁଲିସ , ବିଜେପି କର୍ମୀଙ୍କୁ ଘଉଡାଇବାକୁ ଯାଇ ଲାଠିମାଡ଼ କରିଥିଲା । ଗତକାଲି ଭଳି ଆଜି ମଧ୍ୟ ବିଧାନସଭା ଆଗରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.