ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଘଣ୍ଟ ପିଟି ବିରୋଧୀଙ୍କ ପ୍ରତିବାଦ…ଚାଲିପାରୁନି ଗୃହ

0

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧିବେଶନ । ଗୃହରେ ଥମୁନି ମମିତା ଝଡ଼ । ଆଜି ବି ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ଗୃହ ଚାଲିପାରିନି । ଆଜି ବି ଅଚଳାବସ୍ଥା ଦେଖାଦେଇଛି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିରାଧୀ ହଟ୍ଟଗୋଳ କରିଥିଲେ । ଅଧିବେଶନ ଆରମ୍ଭରୁ ଗୋଟିଏ ଜିଦରେ ଅଟଳ ରହିଛନ୍ତି ବିରୋଧୀ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ଘଣ୍ଟ ମାଡ଼ ସହ ପ୍ଳାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ଏହା ପରେ ଗୃହକୁ ସାଢେ ୧୧ ଟାଯାଏଁ ମୁଲତବି ରଖିଥିଲେ ବାଚସ୍ପତି । ଏହା ପରେ ସାଢେ ୧୧ଟାରେ ଗୃହ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ଗତକାଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ସମୟରେ ପୁଲିସ ମାଡ଼ ମାରିଥିବା ପ୍ଲାକାର୍ଡ ଦେଖାଇଥିଲେ ବିଜେପି ସଦସ୍ୟ । କଂଗ୍ରେସ ବିଧାୟକ ଘ ବଜାଇ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ଉପରୁ ବିରୋଧୀ ପୋଷ୍ଟର ଓ ବ୍ୟାନର ଫିଙ୍ଗିବା ସହ ପ୍ରବଳ ହଙ୍ଗାମା କରିଥିଲେ ।ଫଳରେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟବୈଠକ ଡାକିଥିଲେ । କିନ୍ତୁ ସର୍ବଦଳୀୟ ବୈଠକ ସତ୍ୱେ ଗୃହ ଚାଲିପାରିନାହିଁ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ପୁଣି ୪ଟା ମୁଲତବି କରିଥିଲେ ବାଚସ୍ପତି ।

ବିଧାନସଭା ଅଧିବେଶନ ଆରମ୍ଭରୁ ଆଜି ଯାଏଁ ଗୋଟିଏ ବି ଦିନ ସ୍ୱାଭାବିକ ହୋଇପାରୁନି ଗୃହ କାର୍ଯ୍ୟ । ବିରୋଧୀ ନିଜ ଜିଦରେ ଅଟଳ ରହିଛି । ଗୃହ ଭିତରେ ଓ ଗୃହ ବାହାରେ ମମିତା ଝଡ଼ ଦେଖିବାକୁ ମିଳିଛି । ଗତକାଲି ମମିତା ପ୍ରସଙ୍ଗରେ ବିଜେପି ବିଧାନସଭା ଘେରାଉ କରିଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଲୋୟର ପିଏମଜିରେ ପ୍ରତିବାଦ କରାଯାଉଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ ପ୍ରତିବାଦ କରୁଛି ।

Leave A Reply

Your email address will not be published.