ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା

0

ଗୃହ ଭିତରେ , ଗୃହ ବାହାରେ ସବୁଠୁ ମମିତା ପ୍ରସଙ୍ଗକୁ ନେଇ ଝଡ଼ । ଗତକାଲି ବିଜେପିର ଋଣହୁଙ୍କାର ପରେ ଆଜି ରାଜଧାନୀ ରାଜରାସ୍ତାରେ ତାତିଲା କଂଗ୍ରେସ । ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ଫାଟକ ଭାଙ୍ଗି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ ଓ ପୁଲିସ । ଫଳରେ ଋଣକ୍ଷେତ୍ର ପାଲଟିଛି ରାଜଧାନୀ ରାଜରାସ୍ତା ।

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସରକାର ବଳପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଥିବା କହିଛି କଂଗ୍ରେସ । ଆଜି ବିଧାନସଭା ଫାଟକ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲା । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଯାଇଥିଲେ କଂଗ୍ରେସ କର୍ମୀ । ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।

ଛାତ୍ର କଂଗ୍ରେସ ପକ୍ଷରୁ ପୁଲିସ ଉପରକୁ ଅଣ୍ଡା ମାଡ଼,ଟମାଟୋ ମାଡ଼, ପଥର ମାଡ କରାଯାଇଥିଲା । ଏହାର ଜବାବରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉେ ଜନାମୂଳକ ସ୍ଥିତି ଦେଖାଦେଇଥିଲା । ଲାଠିମାଡ଼ରେ ଜଣକ ମୁଣ୍ଡ ମଧ୍ୟ ଫାଟିଯାଇଛି । କଂଗ୍ରେସ ଭବନରେ ମଧ୍ୟ ପଶି ପୁଲିସ ଲାଠିମାଡ଼ କରିଥିଲା । କିଛି କର୍ମୀଙ୍କୁ ପୁଲିସ ଉଡାଇ ନେଇଛି । ଗତକାଲି ବିଜେପି ମଧ୍ୟ ସମାନ ପ୍ରସଙ୍ଗରେ ବିଧାନସଭା ଘେରାଉ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା ।

ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ ମୁହାଁମୁହିଁ,ଧସ୍ତାଧସ୍ତି ହୋଇଥିଲେ । ବିଜେପି କର୍ମୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଏହା ପରେ ପୁଲିସ , ବିଜେପି କର୍ମୀଙ୍କୁ ଘଉଡାଇବାକୁ ଯାଇ ଲାଠିମାଡ଼ କରିଥିଲା । ଗତକାଲି ଭଳି ଆଜି ମଧ୍ୟ ବିଧାନସଭା ଆଗରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.