ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସଂପର୍କ ନିବିଡ ପୂର୍ବରୁ ଭାଙ୍ଗିଗଲା

0
  • ଡାକ୍ତର ସୁମିତ ସାହୁ ନିଖୋଜ
  • କାନ୍ଦି କାନ୍ଦି ନ୍ୟାୟ ମାଗୁଛି ତପସ୍ବିନୀ
  • ପୁଲିସ ପାଇଁ ଆହୁରି ଅଡ଼ୁଆ ବଢ଼ିଲା
  • ମାମଲାର ଅସଲ ଖଳନାୟକ କିଏ?

ବ୍ରହ୍ମପୁର: କୋର୍ଟ ନିର୍ଦେଶ ଦେଲେ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଏକାଠି ରହିବେ। ପୂରା ରାଜ୍ୟ ଖୁସି ହେଲା। ହେଲେ ୨୪ ଘଣ୍ଟା ବିତିନି, ଯେଉଁ ସତ୍ୟ ସାମ୍ନାକୁ ଆସିଛି, ତାହା ହୃଦୟ ଥରାଇ ଦେବାଭଳି। କୋର୍ଟଙ୍କ ନିର୍ଦେଶ ଶୂନ୍ୟରେ ମିଳାଇଦେଲେ ଡାକ୍ତର ସୁମିତ। ଏବେ ଜଣାପଡିସାରିଲାଣି ଯେ ଡାକ୍ତର ସୁମିତ ପାଞ୍ଚ ଦିନ ଛୁଟି ମାଗି କେଉଁଆଡେ ରହସ୍ୟଜନକ ଭାବେ ଉଭାନ ହୋଇଯାଇଛନ୍ତି। ନା ତାଙ୍କ ସହିତ ମୋବାଇଲରେ କିଏ ଯୋଗାଯୋଗ କରିପାରୁଛନ୍ତି ନା ତାଙ୍କ ସଂପର୍କରେ କାହାପାଖରେ କିଛି ଖବର ଅଛି। ତପସ୍ବିନୀ ବି ନୁହେଁ। କେବଳ ସେତିକି ନୁହେଁ, ଗତ ସାତ ଦିନ ବି ଉଭୟଙ୍କର ଶତ ପ୍ରତିଶତ ଭଲରେ ବିତିନି ଏକଥା ବି ଅଳ୍ପବହୁତେ ଫୁଟି ବାହାରିଲାଣି।

ଏଥିସହିତ ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ନାଟକୀୟ ମୋଡ଼ ନେଇଛି। ସଂପର୍କ ନିବି଼ଡ ହେବା ପୂର୍ବରୁ ଭାଙ୍ଗିଯାଇଛି। ତପସ୍ବିନୀଙ୍କ ସ୍ବପ୍ନର ପରିବାର ବାସ୍ତବ ରୂପ ନେବା ପୂର୍ବରୁ ସମୁଦ୍ରର ବାଲିଘର ଭଳି ଛଳନାର ଢେଉରେ ଭାସିଯାଇଛି। ତପସ୍ବିନୀଙ୍କ ଆଖିରୁ ଏବେ ଧାର ଧାର ହୋଇ ଲୁହ ବହୁଛି। ସେ ନ୍ୟାୟ ମାଗୁଛନ୍ତି, ସମସ୍ତଙ୍କୁ ସନ୍ଦେହ ଆଖିରେ ଦେଖୁଛନ୍ତି। ଗୋଟିଏ ପଟେ ମମତା ମେହେର ମାମଲାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ତପସ୍ବିନୀ ମାମଲାଟି ପ୍ରତି ଘରେ ଆଲୋଚନାର ବିଷୟ ହେଲାଣି। ଏହି ପାରିବାରିକ ହାଇଡ୍ରାମାର ଚରିତ୍ରମାନଙ୍କୁ ନେଇ କେତେ କେତେ ନୂଆ କାହାଣୀ ରଚନା ଲାଗି ସୁଯୋଗ ସୃଷ୍ଟି ହୋଇଛି।

ସର୍ବଶେଷ ଖବର ଅନୁସାରେ, ଆସିକା ପୁଲିସ ସୁମିତଙ୍କ ନମ୍ବର ଟ୍ରାକ୍ କରି ତାଙ୍କୁ ଖୋଜିବାରେ ଲାଗିଛି। ତାଙ୍କ ପରିବାର ଓ ସଂପର୍କୀୟଙ୍କଠାରୁ ଏହି ରହସ୍ୟଜନକ ନିଖୋଜ ମାମଲା ନେଇ ଜାଣିବାକୁ ଚାହୁଁଛି। ଆସିକାରେ ଏହି ଦମ୍ପତିକୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇଥିଲେ କୋର୍ଟ। ଏବେ ସୁମିତ କୋର୍ଟଙ୍କ ନିର୍ଦେଶକୁ ତ ଅବମାନନା କଲେ, ଅନ୍ୟପକ୍ଷରେ ସୁରକ୍ଷାରେ ଢିଲାପଣ ବି ଚର୍ଚ୍ଚାକୁ ଆସିଲା। ସୁମିତ ଆଜି ନିଜର କର୍ମକ୍ଷେତ୍ରବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆଉ ଫେରିନାହାନ୍ତି। ବରଂ ତାଙ୍କର ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଅନ୍ୟପକ୍ଷରେ ସେ ମାନସିକସ୍ତରରେ ଅସୁସ୍ଥତା ଥିବା ଦର୍ଶାଇ ଛୁଟି ନେଇଥିବା ଖବର ଆସୁଛି।

ଆହୁରି ପ୍ରଶ୍ନ ଉଠୁଛି, ସୁମିତ କାହା ପାଇଁ ବ୍ୟସ୍ତ? ପରିବାର ନା ତପସ୍ବିନୀ, କାହା ଚାପରେ ତାଙ୍କର ମାନସିକ ଭାରସାମ୍ୟ ଦୋହଲିଯାଉଛି? ତପସ୍ବିନୀ ଗଣମାଧ୍ୟମକୁ କହିସାରିଛନ୍ତି ଯେ ପ୍ରଥମେ ଭଲ ବ୍ୟବହାର କରିଥିଲେ ସୁମିତ, କିନ୍ତୁ ଗୋଟିଏ ଟେଲିଫୋନରେ କଥା ହେବା ପରେ ଅନେକ ପରିବର୍ତ୍ତନ ଆସିଛି। ତେବେ କିଏ ଫୋନ କରିଥିଲେ? ପ୍ରଥମ ଦିନ ଉଭୟ ଏକାଠି ରହିଥିବା ବେଳେ ପରେ ଏମିତି କଣ ଘଟିଲା ଯେ ସୁମିତ ଚେୟାର ଉପରେ ରାତି ବିତାଇବାକୁ ଚାହିଁଲେ? ଏହି ମାମଲାଟି ଏବେ ପୁଲିସ ପାଇଁ ପୁଣି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୁମିତଙ୍କ ଓକିଲ ଦାବି କରିଛନ୍ତି ଯେ ସେ ବାଲିସିରାରେ ଅଛନ୍ତି। ଦେଖିବାକୁ ବାକି ରହିଛି, ଏହା ଆଗକୁ କେଉଁ ଦିଶାରେ ଯାଉଛି।

Leave A Reply

Your email address will not be published.