ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ମହାପ୍ରଭୁଙ୍କ କରୁଣାରେ ଊଣା

0
  • ନୂଆବର୍ଷରେ ଭଗବାନଙ୍କୁ ଦର୍ଶନ କରିପାରିବେନି ଭକ୍ତ
  • ଡିସେମ୍ବର ୩୧ରୁ ଜାନୁଆରି ୨ ଶ୍ରୀମନ୍ଦିର ଭକ୍ତଙ୍କୁ ମନା
  • ବନକଲାଗି ସମୟରେ ବଦଳିଲା ଦର୍ଶନ ନିୟମ

ପୁରୀ: ରାଜ୍ୟରେ କରୋନାର ଚିତ୍ର ସେତିକି ସଙ୍ଗିନ୍ ନାହିଁ। ସଭାସମିତି ହେଉଛି, ଶୋଭାଯାତ୍ରା ଓ ବିକ୍ଷୋଭ ବି। ହେଲେ କାଳେ କରୋନା ମାଡ଼ିଯିବ, ସେ ନେଇ ଧାର୍ମିକ ଅନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ କିନ୍ତୁ କଟକଣାକୁ କଡ଼ାକଡ଼ି କରାଯାଉଛି। ବରଗଡରେ ଧନୁ ଯାତ୍ରା ଉପରେ କେବଳ ରୋକ୍ ଲାଗିଛି ତା’ ନୁହେଁ, ନୂଆବର୍ଷ ପାଇଁ ସାରା ଓଡ଼ିଶା ଲାଗି ଗୋଟିଏ ନିରାଶାଜନକ ଖବର ଆସିଛି। ତାହା ହେଲା, ନୂଆବର୍ଷରେ ଏଥର ବି ମହାପ୍ରଭୁଙ୍କ ଦର୍ଶନ କରି ବର୍ଷକ ପାଇଁ ସବୁକିଛି ଭଲରେ କଟୁ, ଏଭଳି ମଙ୍ଗଳ କାମନା କରିପାରିବେ ନାହିଁ ଶ୍ରଦ୍ଧାଳୁ। କରୋନା ଡରରେ ଆଜି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ଯାଏ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ। ଏଥିସହିତ ଆଜିର ବୈଠକରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଥିବା ପହିଲି ଭୋଗ ନୀତିକାନ୍ତି ସଂପର୍କରେ ଠୋସ୍ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ବସିଥିଲା।

ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀମନ୍ଦିରରେ ନୂଆବର୍ଷ ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏଣୁ ସଂକ୍ରମଣ ଭୟ ରହିଛି। ଏ ସଂପର୍କରେ ବିଶଦ ଆଲୋଚନା ଆଜି ହୋଇଥିଲା। ସ୍ଥିର ହୋଇଛି, ନୂଆବର୍ଷ ପାଇଁ ତିନିିଦିନ ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। ତେବେ ବନକ ଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ, ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ବୁଲିପାରିବେ। ମାତ୍ର ଜୟ-ବିଜୟ ଓ ବେହେରଣ ଦ୍ବାର ବନ୍ଦ ରହିବ। ଏହାବ୍ୟତୀତ ଅନ୍ୟ ବିଶେଷ ତିଥିରେ ଦର୍ଶନ ପାଇପାରିବେ ଶ୍ରଦ୍ଧାଳୁ। ରବିବାର ଦର୍ଶନ ଉପରେ କଟକଣା ଥିବା ବେଳେ ଆରଟିପିସିଆର୍ ପରୀକ୍ଷା ସମେତ ଅନ୍ୟ କଟକଣା ଜାରି ରହିବ।

Leave A Reply

Your email address will not be published.