ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ଶେଷରେ କେନ୍ଦ୍ରୀୟ ପ୍ରତିନିଧି ନୂଆ କଥାଟେ କହି ଫେରିଲେ

0

ଭୁବନେଶ୍ବର: ବାତ୍ୟା ଜଓ୍ବାଦ ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ରିଲିଫ କୋଡ଼ ସଂଶୋଧନ କରିବାକୁ ହେଲେ ଏକାଧିକ ମନ୍ତ୍ରଣାଳୟର ଦାୟିତ୍ବ ରହିଛି। ତେବେ କେନ୍ଦ୍ର କ୍ୟାବିନେଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାର ସ୍ଥିତି ପରୀକ୍ଷା କରି ଫେରିବା ପରେ କେନ୍ଦ୍ରୀୟ ଟିମ ସଦସ୍ୟ ପୂଜା ଜୈନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ପ୍ରତିନିଧି ଦଳର ଏହି ସୂଚନା ଓଡ଼ିଶା ପାଇଁ ବିଶେଷ ଗୁରୁତ୍ବ ରଖୁଛି। ପୂର୍ବରୁ ରାଜ୍ୟ ସରକାର ମଧ୍ୟ ଏସଡିଆରଏଫ୍ ନିୟମ ପରିବର୍ତ୍ତନ ସପକ୍ଷରେ ମତ ରଖିଥିଲେ। ଏବେ କେନ୍ଦ୍ରୀୟ ଦଳର ମତ ଏହାକୁ ଅଧିକ ବଳ ଦେଇଛି।

କେନ୍ଦ୍ରୀୟ ପ୍ରତିନିଧି ଦଳର ହୃଦବୋଧ ହୋଇଛି ଯେ ବାତ୍ୟା ଜଓ୍ବାଦ ପ୍ରଭାବରେ ଚାଷୀ ଗଭୀର କ୍ଷତି ସହିଛନ୍ତି। ଏ ନେଇ ସେମାନେ ତାଙ୍କ ରିପୋର୍ଟରେ ଲେଖିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏପଟେ ରାଜ୍ୟ ସରକାର ଦାବି କରିଛନ୍ତି ଯେ ପ୍ରାଥମିକ ଆଖିଦେଖା ଆକଳନ ଅନୁସାରେ,୧୨ଟି ଜିଲ୍ଲା ଯଥା ଗଞ୍ଜାମ,ପୁରୀ, ଖୋର୍ଦ୍ଧା,ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,ବାଲେଶ୍ବର, ଭଦ୍ରକ,କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ମୋଟ୍ ୧୩୧ଟି ବ୍ଲକ୍‌ରେ ୫.୭୮ଲକ୍ଷ ହେକ୍ଟର ଶସ୍ୟ ନଷ୍ଟ ହୋଇଛି। ଚୂଡାନ୍ତ ରିପୋର୍ଟରେ ଏହି ପରିମାଣ ଆହୁରି ବଢ଼ିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପରିସ୍ଥିତି ଏମିତି ହୋଇଯାଇଛି ଯେ ନା ଚାଷୀ ଖରିଫ ଫସଲରୁ କିଛି ପାଇବ ନା ରବି ଫସଲ କରିପାରିବ। ଅର୍ଥାତ୍ ଦୁର୍ଦଶା ଭିତରକୁ ଚାଷୀ ଠେଲି ହୋଇଯିବା ସଂପ୍ରକରେ ସରକାରଙ୍କ ପକ୍ଷରୁ ପରୋକ୍ଷ ଭାବେ କେନ୍ଦ୍ରୀୟ ପ୍ରତିନିଧି ଦଳକୁ ଅବଗତ କରାଯାଇଛି। ସେହିପରି ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି ବୋଲି ସରକାର ଜଣାଇଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଫସଲ କାଟିବା ଲାଗି ଯଥେଷ୍ଟ ସୂଚନା ଦିଆଯାଇଥିଲା। ମାତ୍ର ଏତେ କମ୍ ସମୟ ମଧ୍ୟରେ ଚାଷ କାଟି ଅମଳ କରିବା କାଠିକର ପାଠ। ଏଣୁ ଫସଲ ସୁରକ୍ଷା ହୋଇପାରିଲା ନାହିଁ। ଏଣୁ କେନ୍ଦ୍ରୀୟ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସକ୍ଷମ ହୋଇଥିବାରୁ ରାଜ୍ୟ ଆଉ ପୂର୍ବଭଳି ଅର୍ଥ ଦାବି କରୁନାହିଁ। ବରଂ ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନକୁ ଅପେକ୍ଷା କରୁଛି। ଏଥର ଜଓ୍ବାଦର ପ୍ରଭାବରେ ଧାନ ବା ଫସଲକୁ ଛାଡି ଆଉ ବିଶେଷ କିଛି କ୍ଷତି ହୋଇନାହିଁ। ତେବେ ରାଜ୍ୟ ସରକାରଙ୍କ ଅନୁରୋଧ ବା ଦାବିରେ ନୁହେଁ, ବରଂ କେନ୍ଦ୍ର ସରକାର ନିଜଆଡୁ ଟିମ୍ ପଠାଇ ଅନୁଧ୍ୟାନ କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ପ୍ରତିନିଧି ଦଳର ରିପୋର୍ଟ ଉପରେ ତର୍ଜମା ହେବା ପରେ ସହାୟତା ମିଳିବ କି ନାହିଁ ଜଣାପଡିବ। ୧୧ ତାରିଖରେ ଟିମ୍ ରାଜ୍ୟରେ ପହଞ୍ଚିଥିଲେ ଓ ରବିବାର ୩ଟି ଭାଗରେ ବିଭକ୍ତ ହୋଇ ପ୍ରତିନିଧି ଦଳ ସ୍ଥିତି ଦେଖିଥିଲେ। ସୋମବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ଶେଷ ହୋଇଛି।

Leave A Reply

Your email address will not be published.