ପ୍ରମୁଖ ଖବର

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ
ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ: ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି :ରାଜସ୍ୱ ମନ୍ତ୍ରୀ
ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍‌
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା, ବାଇକ୍ ଚଳାଚଳରେ ନିଷେଧ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ୍‌

0

ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମା ପେପର୍ସ ଲିକ୍ ମାମଲାରେ ଏଶ୍ୱର୍ଯ୍ୟାଙ୍କୁ ଇଡି ସମନ କରିଛି । ଏଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଡକାଯାଇଛି। ପୂର୍ବରୁ ମଧ୍ୟ ଏଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡକାଯାଇଥିଲା । କିନ୍ତୁ ଦୁଇଥର ସେ ନୋଟିସକୁ ସ୍ଥଗିତରଖିବାକୁ ଅନୁରୋଧ କରିଥିଲେ । ପାନାମା ପେପର୍ସ ଲିକ୍‌ର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ପୂର୍ବରୁ ଏହି ଅନୁରୋଧ କରିଥିଲେ ।

ଏଶ୍ୱର୍ଯ୍ୟା ରାୟଙ୍କୁ ଫେମା ଅଧିନରେ ଦିଆଯାଇଥିବା ନୋଟିସରେ ସେ ଇଡି ଆଗରେ ହାଜର ହେବେ ନାହିଁ । ଏଥିପାଇଁ ସେ ଇଡି ମୁଖ୍ୟାଳୟକୁ ଏକ ଚିଠି ଲେଖିଛନ୍ତି । ଫେମା ଅଧିନରେ ଇଡି ଏଶ୍ୱର୍ଯ୍ୟା ରାୟଙ୍କୁ ଏକ ଚିଠି କରି ଦିଲ୍ଲୀ ମୁଖ୍ୟାଳୟକୁ ପଚରାଉଚରା କରିବା ପାଇଁ ଡାକିଥିଲା । ।ହେଲେ ଏଶ୍ୱର୍ଯ୍ୟା ଚିଠି ଲେଖିଛନ୍ତି ଯେ ,ସେ ହାଜର ହେବେ ନାହିଁ । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ନୂତନ ବିଜ୍ଞପ୍ତି ଜାରି କରିବ ।

ଏଶ୍ୱର୍ଯ୍ୟାଙ୍କୁ ୨୦୨୧ ନଭେମ୍ବର ୯ ତାରିଖରେ ଧାରା ୩୭ ଫେମା ଜରିଆରେ ଇଡି ସମନ କରିଥିଲା । ମୁମ୍ବାଇ ସ୍ଥିତ ଘର ‘ପ୍ରତୀକ୍ଷା’କି ଉଡ଼ି ଏହି ସମନ ପଠାଇଥିଲା । ୧୫ ଦିନ ମଧ୍ୟରେ ଏହି ସମନର ଜବାବ ଦେବାକୁ କୁହାଯାଇଥିବା ବେଳେ ଇମେଲ ମାଧ୍ୟମରେ ଏଶ୍ୱର୍ଯ୍ୟା ଏହା ଉତ୍ତର ଦେଇଥିବା ଜଣାପଡିଥିଲା ।

ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀ(ମୋସାକ୍ ଫୋନ୍ସେକା)ର ଆଇନଗତ ତଥ୍ୟ ଲିକ୍ ହୋଇଛି । ଏଥିରୁ ଜଣାପଡିଛି ଯେ, ୪୨୪ ଭାରତୀୟଙ୍କର ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଅଛି । ଏଥିରେ କିଛି ରାଜନେତାଙ୍କ ସହ ଫିଲ୍ମ ତାରକାରଙ୍କ ନାଁ ମଧ୍ୟ ରହିଛି । ଏଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ଅଜୟ ଦେବଗନଙ୍କ ନାଁ ମଧ୍ୟ ତାଲିକାରେ ରହିଛି ଦେଶର ପୂର୍ବତନ ସଲିସେଟର ଜେନେରାଲ ତଥା ସୁପ୍ରିମକୋର୍ଟର ଓକିଲ ହରିଶ ସାଲଭେ, ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ ମୋଷ୍ଟ ୱାେଣ୍ଟେଡ ଅପରାଧୀ ଇକବାଲ ମିର୍ଚିର ନାଁ ରହିଥିଲା । ମାମଲା ସୁପ୍ରିମକୋର୍ଟ ଯାଏଁ ପହଁଞ୍ଚିଥିଲା ।

ତା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁଫ ଗଠନ କରିଥିଲେ । ଏଥିମଧ୍ୟରେ ସିବିଡିଟି,ଆରବିଆଇ,ଇଡି ଏବଂ ଏଫଆଇୟୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।ଏମଏଜି ସମସ୍ତ ନାଁର ଅନୁସନ୍ଧାନ କରୁଥିଲା ଏବଂ କଳା ଟଙ୍କାର ତଦନ୍ତ ପାଇଁ ଗଠିତ ଏସଆଇଟି ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା । ଏହା ପୂର୍ବରୁ ୨୦୧୬ରେ ମଧ୍ୟ ମୋସାକ ଫୋନ୍ସେକାଙ୍କ ଡକ୍ୟୁମେଣ୍ଟ ଲିକ୍ ହୋଇଥିଲା , ଯେଉଁଥିରେ ୫୦୦ରୁ ଅଧିକ ଭାରତୀୟଙ୍କର ନାଁ ରହିଥିଲା ।

Leave A Reply

Your email address will not be published.