ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସମ୍ପନ୍ନ

0

ଭୁବନେଶ୍ୱର, ୧୧/୦୫ : ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ସମ୍ପନ୍ନ ହୋଇଛି । ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ ।

ସେହିପରି ଆର୍ଥ୍ରାଇଟିସ୍‌ ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି । ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ସେ କହିଛନ୍ତି ।

ଡାକ୍ତର ପାତ୍ର କହିଛନ୍ତି ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାହାଣ ଆଣ୍ଠୁରେ ଯବଣା ଓ ସମସ୍ୟା ନେଇ ଜଣେ ମହିଳା ରୋଗୀ ହସ୍ପିଟାଲ୍‌କୁ ଆସିଥିଲେ । ସେହି ସମୟରେ ସେ ଠିକ୍ ଭାବେ ଚାଲିପାରୁ ନଥିଲେ । ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଡାହାଣ ଆଣ୍ଠୁରେ ଆଡ୍‌ଭାନ୍ସଡ ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ଥିବା ସହ ହାଡ଼ କ୍ଷୟ ପାଇଥିବା ଜଣାପଡ଼ିଥିଲା । ଏଥି ସହିତ ତାଙ୍କର ରକ୍ତହୀନତା, ରକ୍ତଚାପ ଓ ହାଇପୋଥାଇରଏଡ୍ ସମସ୍ୟା ଥିବାର ଜଣାପଡ଼ିଥିଲା ବୋଲି ସେ କହିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ କରିବାର ଯୋଜନା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା, ଗୁରୁତର ଅଷ୍ଟିଓ ପୋରୋସିସ୍ ଓ ହାଡ଼ କ୍ଷୟକୁ ଦୃଷ୍ଟିରେ ରଖି ଖୁବ୍ ଯତ୍ନର ସହ ଆଣ୍ଠୁରେ ଇମପ୍ଳାଂଟ ଲଗାଯିବା ସହ ବୋନ୍‌ ସିମେଂଟ ସହ ପ୍ରତ୍ୟାରୋପଣ କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ କିମ୍ବା ପରେ କୌଣସି ସମସ୍ୟା ରୋଗୀଙ୍କ ଠାରେ ଦେଖା ଦେଇନଥିବା ଡାକ୍ତର ପାତ୍ର କହିଛନ୍ତି । ଏହି ଅସ୍ତ୍ରୋପଚାରରେ ହସ୍ପିଟାଲ୍‌ର ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାଶ ଓ ଅନ୍ୟ ଓଟି କର୍ମଚାରୀମାନେ ସହଯୋଗ କରିଥିଲେ ।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ହିପ୍ ରିପ୍ଲେସ୍‌ମେଂଟ ଓ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସହ ପ୍ରାୟ ୨୫ଟି ଅସ୍ତ୍ରୋପଚାର କରାଯାଇଛି । ଏଥିରେ ଇଏନ୍‌ଟି, ଗାଏନାକୋଲୋଜି ଏବଂ ୟୁରୋଲୋଜି ବିଭାଗ ପକ୍ଷରୁ ମଧ୍ୟ ରୋଗୀମାନଙ୍କର ବିଭିନ୍ନ ଅସ୍ତ୍ରୋପଚାର ସାମିଲ ଅଛି ବୋଲି ସେ କହିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ହସ୍ପିଟାଲ୍‌ରେ ୬ ମୋଡୁଲାର ଓଟି ଓ ୪୦ଟି ଆଇସିୟୁ
ବେଡ୍ ଥିବା ସେ କହିଛନ୍ତି ।

Leave A Reply

Your email address will not be published.