ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ବାଇକ୍ ଧକ୍କାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

0

ଉମରକୋଟ: ବାଇକ୍ ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆଜି ଘଟିଛି ଏହି ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ଅଲେଖ ରନ୍ଧାରୀ। ସେ ୫ମ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ଉମରକୋଟ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ହୋଇଥିବା ବୁଥ୍‌ରେ ତାଙ୍କର ଡ୍ୟୁଟି ଥିଲା। ଅଲେଖ ରନ୍ଧାରୀ ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା।

ଉଲ୍ଲେଖଥାଉକି, ଆଜି ପୋଲିଂ ପାର୍ଟିକୁ ନେଇ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ମଧ୍ୟ ଏକ ମିନି ବସ୍ ଓଲଟି ପଡ଼ିଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.