ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ହଠାତ୍ କାହିଁକି ମହଙ୍ଗା ହେଲା କାର୍

0

ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡି
ଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି
କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା


ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା ବେଳେ କିଛି ଜିନିଷର ମୂଲ୍ୟ ମଧ୍ୟ ବଢିଛି। ନୂଆବର୍ଷରୁ କାର କମ୍ପାନି ନିଜର ଗାଡିର ମୂଲ୍ୟ ବୃଦ୍ଧି କରିଛନ୍ତି। ଭଲଭୋ, ମାରୁତି ସୁଜୁକି, ଟାଟା ମୋଟର୍ସ, ଅଡି ସହିତ ଅନେକ କମ୍ପାନିର ଗାଡି ଗୁଡିକ ମହଙ୍ଗା ହୋଇଛି। ଏଥି ସହିତ, ଅନ୍ୟ କେତେକ କମ୍ପାନୀ ମଧ୍ୟ ଆଗାମୀ ଦିନରେ ସେମାନଙ୍କ କାରର ମୂଲ୍ୟ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବିଡେନ୍‌ର କାର ନିର୍ମାତା ଭଲଭୋ ଭାରତରେ ମନୋନୀତ ଗାଡି ଗୁଡିକର ମୂଲ୍ୟକୁ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛି।

ଭଲଭୋ କାର୍ ଇଣ୍ଡିଆ କହିଛି ଯେ ଏହାର ଏସ୍‌ୟୁଭି ଏକ୍ସଏସ୍‌-୪୦ଟି T4R ଡିଜାଇନ୍ ସହିତ ୪୩.୨୫ ଲକ୍ଷ ଟଙ୍କା ସହିତ ସଂଶୋଧିତ ମୂଲ୍ୟରେ ଅତିରିକ୍ତ ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ଏଥି ସହିତ, XC60 B5 ଇନସକ୍ରିପସନ୍ SUVର ମୂଲ୍ୟ ୧.୬ ଲକ୍ଷରୁ ୬୩.୫ ଲକ୍ଷକୁ ବୃଦ୍ଧି ପାଇଛି। ସେହିଭଳି କମ୍ପାନିର ସେଡାନ S90 କାର ତିନି ଲକ୍ଷ ଟଙ୍କାକୁ ମହଙ୍ଗା ହୋଇଛି ଏବଂ ଏହାର ମୂଲ୍ୟ ୬୪.୯ ଲକ୍ଷ ଟଙ୍କା ହେବ।

ଅନ୍ୟପକ୍ଷରେ, SUV XC90 ଗାଡିକୁ ୯୦.୯ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ବୃଦ୍ଧି ସହିତ ଉପଲବ୍ଧ ହୋଇଛି। ତେବେ ଏହାର ମୂଲ୍ୟ ବୃଦ୍ଧି ହେବାର କାରଣ ବର୍ଣ୍ଣନା କରି କମ୍ପାନୀ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ବୈଦେଶିକ ମୁଦ୍ରା ବିନିମୟରେ ଅସ୍ଥିରତା ରହିଥିବାରୁ, ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ମହାମାରୀ ହେତୁ ପ୍ରତିବନ୍ଧକ ଯୋଗୁଁ ଅନେକ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ଭଲଭୋ କାର୍ ଇଣ୍ଡିଆ ଏହାର ସମସ୍ତ ଡିଜେଲ ମଡେଲରେ ପ୍ରସ୍ତୁତ ହେଉଥିବା ଗାଡିକୁ ବନ୍ଦ କରି ସମସ୍ତ ପେଟ୍ରୋଲ୍ ଚାଳିତ କାର୍ ତିଆରି କରାଯାଉଛି । ଅନ୍ୟପଟେରେ ମାରୁତି ସୁଜୁକି, ଟାଟା ମୋଟର୍ସ, ମର୍ସିଡିଜ୍-ବେଞ୍ଜ୍ ଏବଂ ଅଡି ଅଟୋମେକର୍ସ ମଧ୍ୟ ଜାନୁଆରୀରୁ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା ମଧ୍ୟ କରାଯାଇଛି।

Leave A Reply

Your email address will not be published.