ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ପୁଣି ପଞ୍ଝା ମେଲାଇଲା କରୋନା, ଏକାଥରକେ ୪୦୦ ଡେଇଁଲା

0

ପିଲାଙ୍କୁ ମହଙ୍ଗା ପଡୁଛି, ୦-୧୮ ବର୍ଷ ବୟସ ମଧ୍ୟରେ ୬୭ ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହର ଆଡକୁ ଧୀରେ ଧୀରେ ମାଡ଼ିଚାଲିଛି କରୋନା। ପୂର୍ବ ୨୪ ଘଣ୍ଟାରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା। ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣ ହଠାତ୍ ଭୟଙ୍କର ରୂପ ନେଇଛି। ରାଜ୍ୟରେ ଗତକାଲି ଯେଉଁ ପରୀକ୍ଷା ହୋଇଥିଲା, ସେଥିରେ ୪୨୪ ଜଣ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି। ସବୁଠାରୁ ବଡ଼ କଥା ହେଲା, ଏମାନଙ୍କ ମଧ୍ୟରେ ୬୭ ଜଣଙ୍କର ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି। ଏହି ଖବର ଜଣାପଡିବା ପରେ ସବୁ ମହଲରେ ଆତଙ୍କ ସୃଷ୍ଟି ହେଲାଣି। ଏହି ହାରରେ ସଂକ୍ରମଣ ବଢ଼ିଲେ ସ୍ଥିତି ଭୟାନକ ହେବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି।

ରିପୋର୍ଟ ଅନୁସାରେ, ଆଜି ସ୍ବାସ୍ଥ୍ୟ ବିଭାଗ ଯେଉଁ ତାଲିକା ପ୍ରକାଶ କରିଛି,ସେଥିରେ ୪୨୪ ଜଣଙ୍କ ମଧ୍ୟରୁ ଖୋର୍ଧାରେ ସର୍ବାଧିକ ୧୭୭ ଜଣ ସଂକ୍ରମିତ ଥିବା ଜଣାପଡିଛି। କଟକରେ ଏହି ସଂଖ୍ୟା ୪୫କୁ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡରେ ମଧ୍ୟ ୪୦ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏହିକ୍ରମରେ ରାଜ୍ୟରେ ୨୦୧୯ ମସିହାରୁ ଏଯାଏ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୪ ହଜାର ୯୬୨ ଛୁଇଁଛି। ୨୦୭୮ ଜଣ କରୋନା ସଂକ୍ରମିତ ରୋଗୀ ଏବେ ଘରେ ବା ହସ୍ପିଟାଲରେ ଅଛନ୍ତି।

ରିପୋର୍ଟ ଅନୁସାରେ, ବରଗଡ, କଟକ, ଝାରସୁଗୁଡା, କେନ୍ଦୁଝର, ଖୋର୍ଧା, ସମ୍ବଲପୁର, ସୁନ୍ଦରଗଡ ଭଳି ୭ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଉପରେ ରହିଛି। ୨୦ଟି ଜିଲ୍ଲାକୁ ସଂକ୍ରମଣ ଛୁଇଁସାରିଛି।

Leave A Reply

Your email address will not be published.