ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

୭ରେ ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ

0

ଭୁବନେଶ୍ୱର: ଆସନ୍ତା ମାସ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ରଗୃହ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। କଟକ ମୁଣ୍ଡଳିରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପ୍ରତିଷ୍ଠା ଦିବସ ଅବସରରେ ସେ ଉପସ୍ଥିତ ରହିବେ। ଏହା ସହ ରାଜ୍ୟରେ ନକ୍ସଲ ଦମନ କାର୍ଯ୍ୟକଳାପ ଓ ଭାରତୀୟ ନ୍ୟାୟ ସଂହିତା ର କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିପାରନ୍ତି।

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ରଖିଥିବା ଲକ୍ଷ୍ୟ ଉପରେ ଏଠାରେ ଆଲୋଚନା ହୋଇପାରେ। ରାଜ୍ୟରେ ଭାରତୀୟ ନ୍ୟାୟ ସଂହିତାର ପ୍ରୟୋଗ ଏବଂ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ରାଜ୍ୟରେ ସମନ୍ୱୟ, ପ୍ରସ୍ତୁତି ଏବଂ କେନ୍ଦ୍ରୀୟ ବାହିନୀର ନିୟୋଜନ ମୂଲ୍ୟାଙ୍କନ କରିବେ ବୋଲି ଆଶା କରାଯାଉଛି। ଯେଉଁଠାରେ ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ସମେତ ଅଧିକାଂଶ ପ୍ରଭାବିତ ଜିଲ୍ଲାକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି।

Leave A Reply

Your email address will not be published.