ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ

0

ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ।ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି।

ସେ କହିଛନ୍ତି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବ ଓଡିଶା। ୨୦୩୬ ମସିହାରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି। ଓଡିଶା ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ। ରାଜ୍ୟରେ ରାସ୍ତା ଗୁଡିକର ଆଧୁନିକୀକରଣ କରାଯାଉଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା ଟାର୍ଗେଟ୍ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି।

ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ରାମେଶ୍ବର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ ମିଳିଛି। ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା। ଭୁବନେଶ୍ବର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି । ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ।

ସେହିପରି ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ। ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି।

Leave A Reply

Your email address will not be published.