ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ହଠାତ୍ କାହିଁକି ମହଙ୍ଗା ହେଲା କାର୍

0

ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡି
ଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି
କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା


ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା ବେଳେ କିଛି ଜିନିଷର ମୂଲ୍ୟ ମଧ୍ୟ ବଢିଛି। ନୂଆବର୍ଷରୁ କାର କମ୍ପାନି ନିଜର ଗାଡିର ମୂଲ୍ୟ ବୃଦ୍ଧି କରିଛନ୍ତି। ଭଲଭୋ, ମାରୁତି ସୁଜୁକି, ଟାଟା ମୋଟର୍ସ, ଅଡି ସହିତ ଅନେକ କମ୍ପାନିର ଗାଡି ଗୁଡିକ ମହଙ୍ଗା ହୋଇଛି। ଏଥି ସହିତ, ଅନ୍ୟ କେତେକ କମ୍ପାନୀ ମଧ୍ୟ ଆଗାମୀ ଦିନରେ ସେମାନଙ୍କ କାରର ମୂଲ୍ୟ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବିଡେନ୍‌ର କାର ନିର୍ମାତା ଭଲଭୋ ଭାରତରେ ମନୋନୀତ ଗାଡି ଗୁଡିକର ମୂଲ୍ୟକୁ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛି।

ଭଲଭୋ କାର୍ ଇଣ୍ଡିଆ କହିଛି ଯେ ଏହାର ଏସ୍‌ୟୁଭି ଏକ୍ସଏସ୍‌-୪୦ଟି T4R ଡିଜାଇନ୍ ସହିତ ୪୩.୨୫ ଲକ୍ଷ ଟଙ୍କା ସହିତ ସଂଶୋଧିତ ମୂଲ୍ୟରେ ଅତିରିକ୍ତ ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ଏଥି ସହିତ, XC60 B5 ଇନସକ୍ରିପସନ୍ SUVର ମୂଲ୍ୟ ୧.୬ ଲକ୍ଷରୁ ୬୩.୫ ଲକ୍ଷକୁ ବୃଦ୍ଧି ପାଇଛି। ସେହିଭଳି କମ୍ପାନିର ସେଡାନ S90 କାର ତିନି ଲକ୍ଷ ଟଙ୍କାକୁ ମହଙ୍ଗା ହୋଇଛି ଏବଂ ଏହାର ମୂଲ୍ୟ ୬୪.୯ ଲକ୍ଷ ଟଙ୍କା ହେବ।

ଅନ୍ୟପକ୍ଷରେ, SUV XC90 ଗାଡିକୁ ୯୦.୯ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ବୃଦ୍ଧି ସହିତ ଉପଲବ୍ଧ ହୋଇଛି। ତେବେ ଏହାର ମୂଲ୍ୟ ବୃଦ୍ଧି ହେବାର କାରଣ ବର୍ଣ୍ଣନା କରି କମ୍ପାନୀ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ବୈଦେଶିକ ମୁଦ୍ରା ବିନିମୟରେ ଅସ୍ଥିରତା ରହିଥିବାରୁ, ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ମହାମାରୀ ହେତୁ ପ୍ରତିବନ୍ଧକ ଯୋଗୁଁ ଅନେକ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ଭଲଭୋ କାର୍ ଇଣ୍ଡିଆ ଏହାର ସମସ୍ତ ଡିଜେଲ ମଡେଲରେ ପ୍ରସ୍ତୁତ ହେଉଥିବା ଗାଡିକୁ ବନ୍ଦ କରି ସମସ୍ତ ପେଟ୍ରୋଲ୍ ଚାଳିତ କାର୍ ତିଆରି କରାଯାଉଛି । ଅନ୍ୟପଟେରେ ମାରୁତି ସୁଜୁକି, ଟାଟା ମୋଟର୍ସ, ମର୍ସିଡିଜ୍-ବେଞ୍ଜ୍ ଏବଂ ଅଡି ଅଟୋମେକର୍ସ ମଧ୍ୟ ଜାନୁଆରୀରୁ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା ମଧ୍ୟ କରାଯାଇଛି।

Leave A Reply

Your email address will not be published.