ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଭଡା ଘରୁ ମିଳିଲା ପୁଳା ପୁଳା ଜାଲ ନୋଟ୍‌

0

ଭୁବନେଶ୍ବର: ଘର ଭିତରୁ ମିଳିଲା ପୁଳା ପୁଳା ଜାଲ ନୋଟ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହେଁ ୧୩ ଟଙ୍କାର ଜାଲ ନୋଟ ଜବତ କରିଛି ପୁଲିସ। ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏତେ ଟଙ୍କାର ଜାଲ ନୋଟ କେଉଁଠୁ ଆସିଲା ଏବଂ କୁଆଡେ କୁଆଡେ ଯାଉଥିଲା ତାକୁ ନେଇ ଏବେ ଆରମ୍ଭ ହୋଇଛି ଧରପଗଡ଼। ଚନ୍ଦ୍ରମଣି ବଳ ନାମକ ଜଣକ ବ୍ୟକ୍ତି ଯାଜପୁର ଟାଉନରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏବଂ ଏହି ଠାରେ ସେ ଜାଲ ନୋଟ କାରବାର ଚଳାଉଥିବା ଜଣାପଡିଛି।

ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଏହି ଭଡ଼ା ଘରେ ଚଢାଉ କରିଥିଲା। ଚଢାଉ କରି ୧୩ ଲକ୍ଷ ୧୭ ହଜାର ୫ ଶହ ଟଙ୍କାର ଜାଲ ନୋଟ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଲକ୍ଷାଧିକ ଟଙ୍କାର ଜାଲନୋଟ ସହ ଏକ ପ୍ରିଟିଂ ମେସିନ ମଧ୍ୟ ପୁଲିସ ଜବତ କରିଛି। ଏହି ଜାଲ ନୋଟ କାରବାର ପଛରେ ଏକ ବଡ଼ ର‌୍ୟାକେଟ କାମ କରୁଥିବା ଜଣାପଡିଛି। ଏହି ଜାଲ ନୋଟ ସବୁ ବଜାରରେ ଛଡାଯାଉଥିଲା। ବିଶେଷ କରି ହାଇଦ୍ରାବାଦ ଓ ବିଶାଖପାଟଣାକୁ ଯାଉଥିବା ସୂଚନା ରହିଛି। ଏହି ଜାଲ ନୋଟ ର‌୍ୟାକେଟ ପଛରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ଏବଂ ଗିରଫ ଚନ୍ଦ୍ରମଣୀ ବଳଙ୍କୁ ଏନେଇ ପଚରାଉଚରା ଚାଲିଛି।

Leave A Reply

Your email address will not be published.