ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର

0
  • ପ୍ରକାଶ ପାଇଲା ହ୍ବାଟ୍ସଆପ୍‌ର ଆଇଟି ନିୟମ 2021
  • ଭାରତରେ କେବଳ ୧୭.୫ ଆକାଉଣ୍ଟକୁ ବନ୍ଦ କରିଛି ହ୍ବାଟ୍ସଆପ୍‌
  • ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ନେଇଛି ଏହି ପଦକ୍ଷେପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଜାଣିରଖିବା ଉଚିତ୍ ଯେ ବିଶ୍ବର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ହ୍ବାଟ୍ସଆପ୍‌ 2021ରେ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ, କେବଳ ୨୦୨୧ ନଭେମ୍ବର ମାସରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । କମ୍ପାନିକୁ ୬୦୨ଟି ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ନେଇଥିଲା। କମ୍ପାନୀ ପକ୍ଷରୁ ସଷ୍ଟୀକରଣ ଦ୍ବାରା କୁହାଯାଇଛି ଯେ, କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଅଭିଯୋଗ ଆସିଥିବା ହ୍ବାଟ୍ସଆପ୍‌ ଆକାଉଣ୍ଟଗୁଡିକୁ ବନ୍ଦ କରାଯାଉଛି। ଭାରତୀୟ ଆକାଉଣ୍ଟଗୁଡିକର ଚିହ୍ନଟ +୯୧ ମାଧ୍ୟମରେ କରାଯାଏ।

ହ୍ବାଟ୍ସଆପ୍‌ର ଜଣେ ଅଧିକାରୀ କହିଛନ୍ତି, ‘ଆଇଟି ନିୟମ ୨୦୨୧ ଅନୁଯାୟୀ ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ । ଯେଉଁ ଆକାଉଣ୍ଟଗୁଡିକ ଗାଇଡଲାଇନ୍‌କୁ ଅମାନ୍ୟ କରିଛନ୍ତି ଏବଂ ପଲିସି ବିରୁଦ୍ଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟଗୁଡିକୁ ବାତିଲ କରିଦିଆଯାଇଛି।

Leave A Reply

Your email address will not be published.