ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

0

କେନ୍ଦ୍ରାପଡା: ଜଣେ ମାଆ କ’ଣ କେବେ ତା ଛୁଆକୁ ମାରିପାରେ, ଯାହାକୁ ସେ ଦୁନିଆକୁ ଆଣିଛି ତାକୁ ଜୀବନରୁ ମାରିଦେବାକୁ କ’ଣ କେବେ ତା’ ହାତ ଉଠିପାରେ? ହେଲେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ମର୍ଶାଘାଇ ଥାନା କାନପୁର ଗାଁରେ। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ମାସର ନିଷ୍ପାପ ଶିଶୁକୁ ମାରିଦେଲା ଜନ୍ମକଲା ମାଆ। କାନପୁର ଗାଁର ସତ୍ୟରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜର ୨ ମାସର ଶିଶୁର ତଣ୍ଟିଚିପି ହତ୍ୟା କରିଛି। ଆଉ ହତ୍ୟା କଲା ପରେ ଏକ ଅଖାରେ ଶିଶୁର ମୃତଦେହକୁ ପୁରାଇ କୂଅରେ ପକାଇଦେଇଛି। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ସୋମବାର ସକାଳୁ ଘର ଲୋକ ଶିଶୁ ପୁତ୍ର ନିଖୋଜ ଥିବାରୁ ଖୋଜାଖୋଜି କରିଥିଲେ।

ଏନେଇ ଅଭିଯୋଗ ପରେ ମାର୍ଶାଘାଇ ପୁଲିସ ଓ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖାଜି କରିଥିଲେ। ଅନେକ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ କୂଅ ଭିତରୁ ଶିଶୁ ପୁତ୍ରର ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ନିଜେ ମାଆ ମଧ୍ୟ ଶିଶୁକୁ ମାରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ବେଳେ ପୁଲିସ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ୱାମୀ ସତ୍ୟରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶିଶୁପୁତ୍ରକୁ କାହିଁକି ହତ୍ୟା କଲା ଲକ୍ଷ୍ମୀପ୍ରିୟା ତାହା ଜଣାପଡିନାହିଁ। ପୁଲିସ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.