ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

0

ଭୁବନେଶ୍ବର: ଓମିକ୍ରନର ବିପଦ ଭିତରେ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ ପୁଣି ଥରେ ମାଡିବାରେ ଲାଗିଛି। ଦେଶରେ ଦୈନିକ ସଂକ୍ରମଣ ଏବେ ୩୦ ହଜାରକୁ ଲମ୍ଫ ଦେଇଛି। ଅର୍ଥାତ ଦିନକରେ ୨୨.୫% ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ ୫୦୦ ମୁହାଁ ହୋଇଛି। ଯାହା ପୁଣି ଥରେ ବିପଦ ଆଡକୁ ଟାଣିହେଉଛି।

ବିଶେଷକରି ଦିଲ୍ଲୀ, ମୁମ୍ବାଇ ସମେତ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଯେପରି ଭାବରେ ବୃଦ୍ଧି ପାଉଛି ସମସ୍ତଙ୍କ ନିଦ ହଜାଇଦେଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୩୩ ହଜାର ୭୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୧୨୩ ଜଣଙ୍କର ଜୀବନ ନେଇଛି କରୋନା। ଗତ ସପ୍ତାହରୁ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି। ଅନ୍ୟପଟରେ ଏବେ ଦେଶରେ ୧୫୦୦ରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩ ସପ୍ତାହ ତଳେ ମୋଟ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିବା ବେଳେ ଗତ ସପ୍ତାହରେ ଏହି ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏବେ ଏହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ଡେଲଟା ତୁଳନାରେ ଓମିକ୍ରନର ସଂକ୍ରମଣ ହାର ୫ ଗୁଣ ଅଧିକ ରହୁଛି। କିନ୍ତୁ ଓମିକ୍ରନ କମ ଗୁରୁତର ଅବସ୍ଥା ସୃଷ୍ଟି କରୁଛି ବୋଲି କୁହାଯାଉଛି।

ସେପଟେ ଓଡିଶାରେ ପୁଣି ସଂକ୍ରମଣ ବଢୁଥିବାର ଦେଖାଦେଉଛି। ଦୈନିକ ସଂକ୍ରମଣ ଏବେ ୫୦୦ ମୁହାଁହୋଇଛି। ଗତ ୨୪ ଘଣ୍ଟାରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ଅଛନ୍ତି ୧୫୧ ଜଣ। ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ଅଛନ୍ତି। ରାଜ୍ୟରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ଗତକାଲି ଏକାଥରେ ୨୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ଚିନ୍ତାରେ ପକାଇଦେଇଛି।

ସଂକ୍ରମଣ ବଢୁଥିବାରୁ ଧୀରେ ଧୀରେ ଦେଶରେ ଫେରୁଛି ଲକଡାଉନ। ଏକାଧିକ ରାଜ୍ୟରେ ନାଇଟ କର୍ଫ୍ୟୁ ସହିତ ଅନେକ କଟକଣା ଜାରି କରାଗଲାଣି। ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି। ପଶ୍ଚିମବଙ୍ଗରେ ମଧ୍ୟରେ ଆଶିଂକ ଲକଡାଉନ ଲାଗୁ କରାଯାଇଛି।

Leave A Reply

Your email address will not be published.