ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୁଣି ସୀମା ଲଙ୍ଘିଲା ଚାଇନା !

0
  • ଗଲୱାନରେ ପଶି ପତାକା ଉଡ଼ାଇଲା ଚାଇନା
  • ପତାକା ଉତ୍ତୋଳନର ଭିଡିଓ ପ୍ରକାଶ କଲା ଚାଇନିଜ ଚ୍ୟାନେଲ

ନୂଆଦିଲ୍ଲୀ: ପୁଣିଥରେ ସୀମା ଲଙ୍ଘିଛି ଚାଇନା। ଜାନୁଆରି ୧ରେ ଚାଇନିଜ ଯବାନ ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି। ଯାହାର ଭିଡିଓ ବିଭିନ୍ନ ଚାଇନିଜ ସରକାରୀ ଚ୍ୟାନେଲରେ ପ୍ରକାଶ ପାଇଛି। ଗ୍ଲୋବାଲ ଟାଇମ୍ସ ଭିଡିଓ ଜାରି କରି କହିଛି, ଭାରତ ସୀମାକୁ ଲାଗିଥିବା ଗଲୱାନ ଉପତ୍ୟକାରେ ପିଏଲଏ ସୈନ୍ୟମାନେ ‘କେବେ ହେଲେ ଗୋଟିଏ ଇଞ୍ଚ ଜମି ଛାଡ଼ିବୁ ନାହିଁ ନୀତିରେ କାମ କରିଛନ୍ତି। ଏପରି କରି ସେମାନେ ୨୦୨୨ ଜାନୁଆରି ୧ରେ ଚାଇନିଜ ଲୋକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

ଚାଇନାର ଆଉ ଜଣେ ମିଡିଆ ପ୍ରତିନିଧି ଶେନ ଶିୱି କହିଛନ୍ତି, “ଚାଇନାର ଜାତୀୟ ପତାକା ନୂଆବର୍ଷ ୨୦୨୨ରେ ଗଲୱାନ ଉପତ୍ୟକା ଉପରେ ଉଡ଼ିଛି । ଏହି ଜାତୀୟ ପତାକା ବେଶ ସ୍ୱତନ୍ତ୍ର ।” ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଚାଇନିଜ ଯବାନ ବନ୍ଧୁକ ସହ ଗଲୱାନ ଉପତ୍ୟକାରେ ଛିଡ଼ା ହୋଇଛନ୍ତି । ଏଥିସହ ସେମାନେ ଚାଇନିଜ ଭାଷାରେ ପତାକା ଉଡ଼ାଇ ଶପଥ ନେଉଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ଚାଇନିଜ ଯବାନ ଗଲୱାନରେ ଅନୁପ୍ରବେଶ କରିବାରୁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆମ ତ୍ରିରଙ୍ଗା ଗଲୱାନରେ ଭଲ ଦିଶେ। ଚାଇନାକୁ ନିଶ୍ଚିତ ତା’ କାମ ପାଇଁ ଜବାବ ଦିଆଯିବା ଦରକାର। ମୋଦୀଜୀ ନୀରବତା ଭାଙ୍ଗନ୍ତୁ।”

ଏହାପୂର୍ବରୁ ଚାଇନା ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନକୁ ନିଜ ଭାଷାରେ ବଦଳାଇ ନାମିତ କରିଥିଲା। ତେବେ ଏହାକୁ ଭାରତ ସରକାର ତୀବ୍ର ବିରୋଧ କରିବା ସହ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଥିଲେ । ସୂଚନାଯୋଗ୍ୟ, ୨୦୨୦ ମସିହା ଜୁନ୍ ୧୫ରେ ଭାରତ ଓ ଚାଇନାର ଯବାନମାନଙ୍କ ମଧ୍ୟରେ ଏହି ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଥିଲା ଓ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ତେବେ ଆଲୋଚନା ଦ୍ୱାରା ଉଭୟ ଦେଶ ସୀମାର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିଲେ । କିନ୍ତୁ ଏବେ ପୁଣି ଚାଇନା ସୀମା ଲଙ୍ଘିବା ଆରମ୍ଭ କରିଛି।

Leave A Reply

Your email address will not be published.