ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତି, ଜମିବାଡ଼ିର ମାଲିକାନା ସ୍ୱତ୍ତ୍ବ ପରିବର୍ତ୍ତନ ହୋଇପାରିବ। ଏଥିପାଇଁ ଆଉ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ । ପୂର୍ବରୁ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡୁଥିଲା।

ଶ୍ରୀଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧିନରେ ଅନେକ ସ୍ଥାବର ଓ ଜମିବାଡିର ମାଲିକାନ ସ୍ବତ୍ତ୍ବ ରହିଛି । ଏଥିରେ ପରିବର୍ତ୍ତନ ସହ ସମ୍ପୃକ୍ତ ମାମଲାଗୁଡିକର ତୁରନ୍ତ ଫଇସଲା ଓ କଟକଣାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ସଂପନ୍ନ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍ କିମ୍ବା ବନ୍ଧା ପକାଇବା ବେଳେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡୁଥିଲା। ଏଣିକି ଅଧ୍ୟାଦେଶ ଆସିବା ପରେ ସେ ସମ୍ପର୍କିତ ନିୟମରେ ସଂଶୋଧନ କରାଯାଇଛି ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେପରିକି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକଙ୍କୁ ନିଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।

Leave A Reply

Your email address will not be published.