ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତି, ଜମିବାଡ଼ିର ମାଲିକାନା ସ୍ୱତ୍ତ୍ବ ପରିବର୍ତ୍ତନ ହୋଇପାରିବ। ଏଥିପାଇଁ ଆଉ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ । ପୂର୍ବରୁ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡୁଥିଲା।

ଶ୍ରୀଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧିନରେ ଅନେକ ସ୍ଥାବର ଓ ଜମିବାଡିର ମାଲିକାନ ସ୍ବତ୍ତ୍ବ ରହିଛି । ଏଥିରେ ପରିବର୍ତ୍ତନ ସହ ସମ୍ପୃକ୍ତ ମାମଲାଗୁଡିକର ତୁରନ୍ତ ଫଇସଲା ଓ କଟକଣାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ସଂପନ୍ନ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍ କିମ୍ବା ବନ୍ଧା ପକାଇବା ବେଳେ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡୁଥିଲା। ଏଣିକି ଅଧ୍ୟାଦେଶ ଆସିବା ପରେ ସେ ସମ୍ପର୍କିତ ନିୟମରେ ସଂଶୋଧନ କରାଯାଇଛି ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେପରିକି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକଙ୍କୁ ନିଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।

Leave A Reply

Your email address will not be published.