ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ସୁନା ଆମଦାନୀରେ ରେକର୍ଡ ଭାଙ୍ଗିଲା ଭାରତ

0
  • ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ
  • ୨୦୨୧ରେ ସୁନାରେ ବ୍ୟୟ ହୋଇଛି ୫୬ ବିଲିୟନ ଡଲାର
  • ସୁନା କିଣାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ

ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା । କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ହେଲେ ଏହା ମଧ୍ୟରେ ବି ଭାରତର ସୁନା ଆମଦାନୀ ବନ୍ଦ ନାହିଁ । ସୂଚନା ଅନୂଯାୟୀ, ଭାରତର ସୁନା ଆମଦାନୀ ରିପୋର୍ଟ ଆସିଛି । ସୁନା ଆମଦାନୀରେ ଭାରତ ୧୦ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟରୁ ଜଣାପଡିଛି । ୨୦୨୧ରେ ସୁନାରେ ୫୬ ବିଲିୟନ ଡଲାର ବ୍ୟୟ ହୋଇଥିବା ଜଣାପଡିଛି । ୨୦୧୧ ମସିହା ପରେ ସୁନା କିଣାରେ ଭାରତ ଏହି ନୂଆ ରେକର୍ଡ କାୟମ କରିଛି । ୨୦୨୦ ମସିହାରେ ଦେଶର ସୁନା ଆମଦାନୀ ହ୍ରାସ ହୋଇଥିଲା । ଯଦିଓ ଆମଦାନୀ ଥିଲା ତେବେ ୨୩ ବିଲିୟନ ଡଲାରରୁ ବି କମ୍‌ ମୂଲ୍ୟର ସୁନା କିଣା ଯାଇଥିଲା । ଏଥିରେ ଦେଶକୁ ମାତ୍ର ୪୩୦ ଟନ ସୁନା ଆମଦାନୀ ହୋଇଥିଲା ।

ତେବେ ୨୦୨୧ ମସିହାରେ ଭାରତ ୧,୦୧୫୦ ଟନ ସୁନା ଆମଦାନୀ କରିଥିବା ଜଣାପଡିଛି । ଏଥିଲାଗି ବିଦେଶରୁ ୫୩.୯ ବିଲିୟନ ଡଲାରର ସୁଣା କିଣାଯାଇଛି । ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଙ୍କ ଅନୁସାରେ ୨୦୨୧ରେ କରୋନା ପରିସ୍ଥିତି ସୁଧୁରିବାରୁ ଚାହିଦା ବଢିଥିଲା ବୋଲି ମତ ପ୍ରକାଶ ପାଇଛି । ଏହାବାଦ ବର୍ଷର ଶେଷ ମାସରେ ଦେଶକୁ ୮୬ ଟନ ସୁନା ଆମଦାନୀ କରିଯାଇଥିବା ଡବ୍ଲୁଜିସି ରିପୋର୍ଟରୁ ଜଣାପଡିଛି। ସୁନା କିଣାରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଆବଶ୍ୟକ ହେଉଥିବା ସୁନାରୁ ୪୪ ପ୍ରତିଶତ ସ୍ୱିଜରଲ୍ୟାଣ୍ଡରୁ ଆମଦାନୀ ହେଉଥିବା ବେଳେ ୧୧ ପ୍ରତିଶତ ୟୁଏଇରୁ ଆମଦାନୀ ହୁଏ । ଏହା ପୂର୍ବରୁ ୨୦୧୪-୧୫ ବର୍ଷର ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଭାରତକୁ ୩୩୯.୩ ଟନ ସୁନା ଆମଦାନୀ ହୋଇଥିବାର ରେକର୍ଡ ରହିଛି ।

Leave A Reply

Your email address will not be published.