ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସୁନା ଆମଦାନୀରେ ରେକର୍ଡ ଭାଙ୍ଗିଲା ଭାରତ

0
  • ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ
  • ୨୦୨୧ରେ ସୁନାରେ ବ୍ୟୟ ହୋଇଛି ୫୬ ବିଲିୟନ ଡଲାର
  • ସୁନା କିଣାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ

ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା । କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ହେଲେ ଏହା ମଧ୍ୟରେ ବି ଭାରତର ସୁନା ଆମଦାନୀ ବନ୍ଦ ନାହିଁ । ସୂଚନା ଅନୂଯାୟୀ, ଭାରତର ସୁନା ଆମଦାନୀ ରିପୋର୍ଟ ଆସିଛି । ସୁନା ଆମଦାନୀରେ ଭାରତ ୧୦ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟରୁ ଜଣାପଡିଛି । ୨୦୨୧ରେ ସୁନାରେ ୫୬ ବିଲିୟନ ଡଲାର ବ୍ୟୟ ହୋଇଥିବା ଜଣାପଡିଛି । ୨୦୧୧ ମସିହା ପରେ ସୁନା କିଣାରେ ଭାରତ ଏହି ନୂଆ ରେକର୍ଡ କାୟମ କରିଛି । ୨୦୨୦ ମସିହାରେ ଦେଶର ସୁନା ଆମଦାନୀ ହ୍ରାସ ହୋଇଥିଲା । ଯଦିଓ ଆମଦାନୀ ଥିଲା ତେବେ ୨୩ ବିଲିୟନ ଡଲାରରୁ ବି କମ୍‌ ମୂଲ୍ୟର ସୁନା କିଣା ଯାଇଥିଲା । ଏଥିରେ ଦେଶକୁ ମାତ୍ର ୪୩୦ ଟନ ସୁନା ଆମଦାନୀ ହୋଇଥିଲା ।

ତେବେ ୨୦୨୧ ମସିହାରେ ଭାରତ ୧,୦୧୫୦ ଟନ ସୁନା ଆମଦାନୀ କରିଥିବା ଜଣାପଡିଛି । ଏଥିଲାଗି ବିଦେଶରୁ ୫୩.୯ ବିଲିୟନ ଡଲାରର ସୁଣା କିଣାଯାଇଛି । ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଙ୍କ ଅନୁସାରେ ୨୦୨୧ରେ କରୋନା ପରିସ୍ଥିତି ସୁଧୁରିବାରୁ ଚାହିଦା ବଢିଥିଲା ବୋଲି ମତ ପ୍ରକାଶ ପାଇଛି । ଏହାବାଦ ବର୍ଷର ଶେଷ ମାସରେ ଦେଶକୁ ୮୬ ଟନ ସୁନା ଆମଦାନୀ କରିଯାଇଥିବା ଡବ୍ଲୁଜିସି ରିପୋର୍ଟରୁ ଜଣାପଡିଛି। ସୁନା କିଣାରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଆବଶ୍ୟକ ହେଉଥିବା ସୁନାରୁ ୪୪ ପ୍ରତିଶତ ସ୍ୱିଜରଲ୍ୟାଣ୍ଡରୁ ଆମଦାନୀ ହେଉଥିବା ବେଳେ ୧୧ ପ୍ରତିଶତ ୟୁଏଇରୁ ଆମଦାନୀ ହୁଏ । ଏହା ପୂର୍ବରୁ ୨୦୧୪-୧୫ ବର୍ଷର ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଭାରତକୁ ୩୩୯.୩ ଟନ ସୁନା ଆମଦାନୀ ହୋଇଥିବାର ରେକର୍ଡ ରହିଛି ।

Leave A Reply

Your email address will not be published.