ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ରାଜ୍ୟରେ କରୋନା ବିସ୍ଫୋରଣ

0

ଭୁବନେଶ୍ବର: ପୁଣି ମାଡ଼ିଆସିଲା ବିପଦ । ହୁ ହ ହୋଇ ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ପୁଣି ଥରେ ଦୈନିକ ସଂକ୍ରମଣ ହଜାରେ ଟପିଥିବାରୁ ଭୟଭୀତ ହୋଇଯାଇଛନ୍ତି ଲୋକେ । ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ଗୁଣା ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୧୦ ଜଣ ଚିହ୍ନଟ ହୋଇଥିବା ବେେ ସ୍ଥାନୀୟ ଅ ଳରୁ ୫୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିନ୍ତାଜନକ କଥା ହେଲା ଯେ, ୦ରୁ ୧୮ ବର୍ଷ ମଧ୍ୟରେ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ପୁଣି ଥରେ ଖୋର୍ଦ୍ଧା କରୋନାର ହଟସ୍ପଟ ପାଲଟିଛି । ଖୋର୍ଦ୍ଧାରୁ କେବଳ ଦିନକରେ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୬୬ ଜଣ, ସମ୍ବଲପୁରରୁ ୯୯ ଜଣ, କଟକରୁ ୮୦, ଯାଜପୁରରୁ ୪୭,ମୟୂରଭଞ୍ଜରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦,୫୭,୮୭୬ରେ ପହ ଞ୍ଚିଛି । ଏଥିମଧ୍ୟରେ ୩ ହଜାର ୯୮୧ଟି ସକ୍ରିୟ ସଂକ୍ରମିତ ଥିବା ବେଳେ ୧୦,୪୫,୩୭୬ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଲୋକେ କରୋନା ନିୟମ ମାନୁନଥିବାରୁ ସଂକ୍ରମଣ ମାଡିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବି ବଢିଚାଲିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ନିକଟରେ ରାଜ୍ୟରେ ଓମିକ୍ରନରୁ ୩ ଜଣ ସୁସ୍ଥ ହୋଇଛନ୍ତି । ତେଣୁ ଓମିକ୍ରନ ସେତିକି ଗୁରୁତର କରୁନଥିବା ଦେଖାଦେଉଛି । ତେବେ ଆଗରୁ ଫେବୃଆରୀରେ କରୋନା ସଂକ୍ରମଣ ପିକରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଥିବା ବେଳେ ଏବେ ଯେଭଳି ସଂକ୍ରମଣ ଲମ୍ବା ଡିଆଁ ମାରୁଛି ଖୁବ ଶୀଘ୍ର କରୋନା ଶୀର୍ଷରେ ପହଞ୍ଚି ପାରେ ବୋଲି କହିଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣକୁ କରିବାକୁ ଯାଇ ରାଜ୍ୟର କିଛି କଟକଣା ଫେରିପାରେ । ସ୍କଲ, କଲେଜ ବନ୍ଦ, ନାଇଟ କର୍ଫ୍ୟୁ ସମୟର ଅବଧି ବଢିବା,ମାର୍କେଟ ଖୋଲିବା ଉପରେ କିଛି ପ୍ରତିବନ୍ଧକ ଲାଗୁ କରାଯାଇପାରେ। ତେବେ ଯେପରି ସଂକ୍ରମଣ ବ୍ୟାପୁଛି ଏବେଠୁ ସତର୍କ ନରହିଲେ ଆଗକୁ ସ୍ଥିତି ସାଂଘାତିକ ହୋଇପାରେ ।

Leave A Reply

Your email address will not be published.