ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର

ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ

0

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ । ରାତି୯ରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ । ନାଇଟ କର୍ଫ୍ୟୁ ବେଳେ ଆବଶ୍ୟକୀୟ ସାମଗ୍ରୀ କିନ୍ତୁ ମିଳିବ । ଆସନ୍ତା ୭ ତାରିଖରୁ ‌ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡାଇନ ବଳବତ୍ତର ରହିବ ।

  • ରାଜ୍ୟରେ ସବୁ ସ୍କୁଲ,କଲେଜରେ ଶ୍ରେଣୀ ଗୃହ ପାଠପଢା ବନ୍ଦ ରହିବ । ପୁଣି ପୂର୍ବ ପରି ଅନଲାଇନରେ ପାଠ ପଢାଯିବ । ଦଶମ ସମେଟିଭ ପରୀକ୍ଷା କିନ୍ତୁ ଚାଲୁ ରହିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଡାଉଟ କ୍ଲିଅର କ୍ଲାସ ରହିବ ।
  • ୫୦ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ । ଇନଡୋର ଓ ଆଉଟଡୋର ସୁଟିଂ ଚାଲୁରହିବ।ହେଲେ ସୁଟିଂରେ ମାତ୍ର ୫୦ ଜଣ କର୍ମଚାରୀ ଉପସ୍ଥିତ ରହିବେ।
  • ବିବାହ ଓ ବ୍ରତଘର ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ବିବାହ ଓ ବ୍ରତଘରେ ମାତ୍ର ୧୦୦ ଜଣଙ୍କ ଅନୁମତି ମିଳିବ । ବରଯାତ୍ରୀରେ ୩୦ ଜଣ ସାମିଲ ହୋଇପାରିବେ । ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ମାତ୍ର ୫୦ ଜଣ ଯୋଗ ଦେବେ ।
  • ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କମ ଲୋକରେ କାମ ହେବ । ଆଗାମୀ ସପ୍ତାହରୁ ସରକାରୀ ଅଫିସ ନୂଆ ଏସଓପି ଅନୁଯାୟୀ ଚାଲିବ ।
  • ୫୦ ପ୍ରତିଶତରେ ରାତି ୯ ପର୍ଯ୍ୟନ୍ତ ଚାଲିବ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ, ମଲ, ମାର୍କେଟ କଂପ୍ଲେକ୍ସ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ।
  • କୌଣସି ଶିକ୍ଷାନୁଷ୍ଠାନ ପିକନିକ ଆୟୋଜନ କରିପାରିବେ ନାହିଁ । କୌଣସି ପ୍ରକାର ଭୋଜିଭାତ କରିବା ଉପରେ କଟକଣା ଲଗାଯାଇଛି । ସେହିପରି ଦୋକାନୀ ଓ ମଲ ମାଲିକଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ଭିଡ଼ ନିୟନ୍ତ୍ରଣ କରିବେ ଦୋକାନୀ ଓ ମଲ ମାଲିକ । ଭିଡ଼ ନିୟନ୍ତ୍ରଣ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
  • ଯାତ୍ରୀ ପରିବହନ ଗାଡିରେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନନ୍ଦନକାନନ ଯିବାକୁ ହେଲେ ଅନଲାଇନ ଟିକେଟ କାଟିବେ ପର୍ଯ୍ୟଟକ ।

ଏସଆରସି କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ରାଜ୍ୟରେ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଟିକା ନେବାକୁ ଏସଆରସି ନିବେଦନ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବାରୁ ସମସ୍ତେ କୋଭିଡ ଲାଇନ ମାନି ଚଳିବାକୁ ଏସଆରସି ନିବେଦନ କରିଛନ୍ତି।

Leave A Reply

Your email address will not be published.