ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ରାଜ୍ୟରେ ଫେରିଲା କଟକଣା, ବନ୍ଦ ହେଲା ସ୍କୁଲ କଲେଜ

0

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଓମିକ୍ରନ ଭୟ ଭିତରେ ପୁଣି ଫେରିଛି କଟକଣା । ଏସଆରସି ପ୍ରଦୀପ ଜେନା ନୂଆ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏଣିକି ରାତି ୧୦ ନୁହେଁ ରାତି ୯ରୁ ନାଇଟ କର୍ଫ୍ୟୁ ସହରାଞ୍ଚଳରେ ଲାଗୁ କରାଯିବ । ରାତି୯ରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ । ନାଇଟ କର୍ଫ୍ୟୁ ବେଳେ ଆବଶ୍ୟକୀୟ ସାମଗ୍ରୀ କିନ୍ତୁ ମିଳିବ । ଆସନ୍ତା ୭ ତାରିଖରୁ ‌ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡାଇନ ବଳବତ୍ତର ରହିବ ।

  • ରାଜ୍ୟରେ ସବୁ ସ୍କୁଲ,କଲେଜରେ ଶ୍ରେଣୀ ଗୃହ ପାଠପଢା ବନ୍ଦ ରହିବ । ପୁଣି ପୂର୍ବ ପରି ଅନଲାଇନରେ ପାଠ ପଢାଯିବ । ଦଶମ ସମେଟିଭ ପରୀକ୍ଷା କିନ୍ତୁ ଚାଲୁ ରହିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଡାଉଟ କ୍ଲିଅର କ୍ଲାସ ରହିବ ।
  • ୫୦ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ । ଇନଡୋର ଓ ଆଉଟଡୋର ସୁଟିଂ ଚାଲୁରହିବ।ହେଲେ ସୁଟିଂରେ ମାତ୍ର ୫୦ ଜଣ କର୍ମଚାରୀ ଉପସ୍ଥିତ ରହିବେ।
  • ବିବାହ ଓ ବ୍ରତଘର ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ବିବାହ ଓ ବ୍ରତଘରେ ମାତ୍ର ୧୦୦ ଜଣଙ୍କ ଅନୁମତି ମିଳିବ । ବରଯାତ୍ରୀରେ ୩୦ ଜଣ ସାମିଲ ହୋଇପାରିବେ । ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ମାତ୍ର ୫୦ ଜଣ ଯୋଗ ଦେବେ ।
  • ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କମ ଲୋକରେ କାମ ହେବ । ଆଗାମୀ ସପ୍ତାହରୁ ସରକାରୀ ଅଫିସ ନୂଆ ଏସଓପି ଅନୁଯାୟୀ ଚାଲିବ ।
  • ୫୦ ପ୍ରତିଶତରେ ରାତି ୯ ପର୍ଯ୍ୟନ୍ତ ଚାଲିବ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ, ମଲ, ମାର୍କେଟ କଂପ୍ଲେକ୍ସ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ।
  • କୌଣସି ଶିକ୍ଷାନୁଷ୍ଠାନ ପିକନିକ ଆୟୋଜନ କରିପାରିବେ ନାହିଁ । କୌଣସି ପ୍ରକାର ଭୋଜିଭାତ କରିବା ଉପରେ କଟକଣା ଲଗାଯାଇଛି । ସେହିପରି ଦୋକାନୀ ଓ ମଲ ମାଲିକଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ଭିଡ଼ ନିୟନ୍ତ୍ରଣ କରିବେ ଦୋକାନୀ ଓ ମଲ ମାଲିକ । ଭିଡ଼ ନିୟନ୍ତ୍ରଣ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
  • ଯାତ୍ରୀ ପରିବହନ ଗାଡିରେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନନ୍ଦନକାନନ ଯିବାକୁ ହେଲେ ଅନଲାଇନ ଟିକେଟ କାଟିବେ ପର୍ଯ୍ୟଟକ ।

ଏସଆରସି କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ରାଜ୍ୟରେ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଟିକା ନେବାକୁ ଏସଆରସି ନିବେଦନ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବାରୁ ସମସ୍ତେ କୋଭିଡ ଲାଇନ ମାନି ଚଳିବାକୁ ଏସଆରସି ନିବେଦନ କରିଛନ୍ତି।

Leave A Reply

Your email address will not be published.