ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୬ ଶ୍ରମିକ ମୃତ

0

ଗୁଜୁରାଟ: ଆଜି ସକାଳୁ ସୁରଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨୫ରୁ ଅଧିକ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ, ପ୍ରିଣ୍ଟିଙ୍ଗ ମିଲ ପାଖରେ ଥିବା ନାଳି ନିକଟରେ ଏକ ଅଜଣା ଟ୍ୟାଙ୍କର ଡ୍ରାଇଭର ଆସି ବିଷାକ୍ତ କେମିକାଲ ପକାଉଥିଲା । ହଠାତ ଏଠାରୁ ଗ୍ୟାସ ବାହାରି ଆଖପାଖ ସ୍ଥାନରେ ବ୍ୟାପିଯାଇଥିଲା । ଫଳରେ ଶ୍ରମିକମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ଅଣନିଶ୍ୱାସୀ ହେବାରୁ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏବଂ ଗୁରୁତରଙ୍କୁ ସାଙ୍ଗେ ସାଙ୍ଗେ ସୁରଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେମିକାଲ ଗ୍ୟାସ ଲିକ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲୋକଙ୍କ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ଏକ ଟିକ ପହଞ୍ଚି କେମିକାଲ ଲିକ୍ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । । କିଭଳି ଗ୍ୟାସ ଲିକ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.