ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୬ ଶ୍ରମିକ ମୃତ

0

ଗୁଜୁରାଟ: ଆଜି ସକାଳୁ ସୁରଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୨୫ରୁ ଅଧିକ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ, ପ୍ରିଣ୍ଟିଙ୍ଗ ମିଲ ପାଖରେ ଥିବା ନାଳି ନିକଟରେ ଏକ ଅଜଣା ଟ୍ୟାଙ୍କର ଡ୍ରାଇଭର ଆସି ବିଷାକ୍ତ କେମିକାଲ ପକାଉଥିଲା । ହଠାତ ଏଠାରୁ ଗ୍ୟାସ ବାହାରି ଆଖପାଖ ସ୍ଥାନରେ ବ୍ୟାପିଯାଇଥିଲା । ଫଳରେ ଶ୍ରମିକମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ଅଣନିଶ୍ୱାସୀ ହେବାରୁ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏବଂ ଗୁରୁତରଙ୍କୁ ସାଙ୍ଗେ ସାଙ୍ଗେ ସୁରଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେମିକାଲ ଗ୍ୟାସ ଲିକ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲୋକଙ୍କ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ଏକ ଟିକ ପହଞ୍ଚି କେମିକାଲ ଲିକ୍ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । । କିଭଳି ଗ୍ୟାସ ଲିକ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.