ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଦେଶରେ ସଂକ୍ରମଣ ଦେଢ଼ ଲକ୍ଷ ପାର୍

0

ଓମିକ୍ରନ ସକ୍ରିୟ ହେବା ପରେ କରୋନା ସଂକ୍ରମଣରେ ବ୍ରେକ ଲାଗୁ ନାହିିଁ । ପ୍ରତିଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ଦେଢ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଲକ୍ଷେ ୫୯ ହଜାର ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୦.୨୧ ପ୍ରତିଶତକୁ ବୃଦ୍ଧି ପାଇଛି ।

ସେହିପରି ଦିନକରେ ଦେଶରେ କରୋନାରେ ୩୨୭ ଜଣ ଆଖି ବୁଜିଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୯୦ ହଜାର ୬୧୧ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦କୁ ବୃଦ୍ଧି ପାଇଛି ।ଦେଶରେ ମୋଟ କରୋନାର ନୂଆ ଭ୍ୟାରଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୬୨୩ରେ ପହଞ୍ଚିଛି ।

ଏଥିରେ ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ ଆକ୍ରାନ୍ତ ଅଛନ୍ତି । ତା ପଛକୁ ରହିଛି ଦିଲ୍ଲୀ ।ଏଠାରେ ଓମିକ୍ରନର ମୋଟ ୫୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି ।ସଂକ୍ରମଣ ରକେଟ ସ୍ପିଡରେ ମାଡିବାରେ ଲାଗିଛି । ପଶ୍ଚିମବଙ୍ଗରେ ବି ସ୍ଥିତି ଖରାପ ରହିଛି ।ଦେଶରେ କରୋନା ତୃତୀୟ ଲହର ଆରମ୍ଭ ହୋଇସାରିଛି ।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଫେବୃଆରୀ ମାସରେ ଏହା ପିକରେ ପହଞ୍ଚିବ । ମେଦାନ୍ତ ହସ୍ପିଟାଲର ବରିଷ୍ଠ ନିର୍ଦ୍ଦେଶିକା ଡାକ୍ତର ସୁଶୀଲା କାଟେରିଆ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ଥିତି ଆହୁରି ଖରାପ ହୋଇପାରେ । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ଲୋକ ମୃତ୍ୟୁବରଣ କରୁଥିବା ବେଳେ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.