ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଏପଟେ କରୋନା, ସେପଟେ ବର୍ଷା

0

ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ଥିବା ବେଳେ ଏବେ ଅଦିନିଆ ବର୍ଷା ସ୍ଥିତିକୁ ଆହୁରି ବିଗାଡିଦେଇଛି । ସଂକ୍ରମଣ ବଢିଚାଲିଥିବା ଏବେ ବର୍ଷା ଚିନ୍ତା ବଢାଇଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଜାନୁଆରୀ ମାସରେ ମୌସମୀ ବର୍ଷା ଭଳି ବର୍ଷା ହୋଇଛି । ଦିଲ୍ଲୀ ଓ ଏହାର ଆଖପାଖ ଅ ଳରେ ଆଜି ମଧ୍ୟ ବର୍ଷା ଜାରି ରହିଛି ।

ଭାରତୀୟ ପାଣିପାଗବିଭାଗ(ଆଇଏମଡି)ଅନୁସାରେ, ଉତ୍ତରପ୍ରଦେଶ,ପଞ୍ଜାବ,ହରିୟାଣାର କିଛି ଅଞ୍ଚଳରେ ଏଭଳି ପାଗ ରହିବାର ସମ୍ଭାବନା ରହିଛି ।ଆଇଏମଡି ଅନୁଯାୟୀ ଉତ୍ତର ଦିଲ୍ଲୀ,ଦକ୍ଷିଣ-ପୂର୍ବ ଦିଲ୍ଲୀ,ନୂଆଦିଲ୍ଲୀ, ଲୋଦିରୋଡ,ପୂର୍ବ ଦିଲ୍ଲୀ, ଯମୁନାନଗର,କର୍ଣ୍ଣଲ, କୁରୁକ୍ଷେତ୍ର, ପାନୀପଥ,ଗୋହାନା,ସୋନିପଥ ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ଜାରି ରହିବ ।

ଆଇଏଡି ଜାନୁଆରୀ ୧୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,ପଞ୍ଜାବ,ହରିୟାଣା, ଚଣ୍ଡିଗଡ଼,ପଶ୍ଚିମ ମଧ୍ୟପ୍ରଦେଶ,ପୂର୍ବ ମଧ୍ୟପ୍ରଦେଶରେ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି । ଶନିବାର ଦିନ ଜାନୁଆରୀରେ ଦିଲ୍ଲୀରେ ଯେତିକି ପରିମାଣର ବର୍ଷା ହୋଇଛି, ତାହା ୨୨ ବର୍ଷର ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ଅନୁଯାୟୀ,ସଫଦରଜଙ୍ଗ ବୈଧଶାଳରେ ସକାଳ ସାଢେ ୮ପର୍ଯ୍ୟନ୍ତ ୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।ଯାହା ଜାନୁଆରୀ ମାସରେ ଗତ ୨୨ ବର୍ଷ ମଧ୍ୟରେ ସର୍ବାଧିକ । ତେବେ ବର୍ଷା ଯୋଗୁଁ ରାସ୍ତା ଉପରେ ଓ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମୁଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି ।

Leave A Reply

Your email address will not be published.