ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏପଟେ କରୋନା, ସେପଟେ ବର୍ଷା

0

ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ଥିବା ବେଳେ ଏବେ ଅଦିନିଆ ବର୍ଷା ସ୍ଥିତିକୁ ଆହୁରି ବିଗାଡିଦେଇଛି । ସଂକ୍ରମଣ ବଢିଚାଲିଥିବା ଏବେ ବର୍ଷା ଚିନ୍ତା ବଢାଇଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀ ଓ ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଜାନୁଆରୀ ମାସରେ ମୌସମୀ ବର୍ଷା ଭଳି ବର୍ଷା ହୋଇଛି । ଦିଲ୍ଲୀ ଓ ଏହାର ଆଖପାଖ ଅ ଳରେ ଆଜି ମଧ୍ୟ ବର୍ଷା ଜାରି ରହିଛି ।

ଭାରତୀୟ ପାଣିପାଗବିଭାଗ(ଆଇଏମଡି)ଅନୁସାରେ, ଉତ୍ତରପ୍ରଦେଶ,ପଞ୍ଜାବ,ହରିୟାଣାର କିଛି ଅଞ୍ଚଳରେ ଏଭଳି ପାଗ ରହିବାର ସମ୍ଭାବନା ରହିଛି ।ଆଇଏମଡି ଅନୁଯାୟୀ ଉତ୍ତର ଦିଲ୍ଲୀ,ଦକ୍ଷିଣ-ପୂର୍ବ ଦିଲ୍ଲୀ,ନୂଆଦିଲ୍ଲୀ, ଲୋଦିରୋଡ,ପୂର୍ବ ଦିଲ୍ଲୀ, ଯମୁନାନଗର,କର୍ଣ୍ଣଲ, କୁରୁକ୍ଷେତ୍ର, ପାନୀପଥ,ଗୋହାନା,ସୋନିପଥ ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ଜାରି ରହିବ ।

ଆଇଏଡି ଜାନୁଆରୀ ୧୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,ପଞ୍ଜାବ,ହରିୟାଣା, ଚଣ୍ଡିଗଡ଼,ପଶ୍ଚିମ ମଧ୍ୟପ୍ରଦେଶ,ପୂର୍ବ ମଧ୍ୟପ୍ରଦେଶରେ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି । ଶନିବାର ଦିନ ଜାନୁଆରୀରେ ଦିଲ୍ଲୀରେ ଯେତିକି ପରିମାଣର ବର୍ଷା ହୋଇଛି, ତାହା ୨୨ ବର୍ଷର ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ଅନୁଯାୟୀ,ସଫଦରଜଙ୍ଗ ବୈଧଶାଳରେ ସକାଳ ସାଢେ ୮ପର୍ଯ୍ୟନ୍ତ ୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।ଯାହା ଜାନୁଆରୀ ମାସରେ ଗତ ୨୨ ବର୍ଷ ମଧ୍ୟରେ ସର୍ବାଧିକ । ତେବେ ବର୍ଷା ଯୋଗୁଁ ରାସ୍ତା ଉପରେ ଓ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମୁଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି ।

Leave A Reply

Your email address will not be published.