ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରାଜ୍ୟରେ ଦିନକରେ ୪୮୨୯ ଆକ୍ରାନ୍ତ..ଜାଣନ୍ତୁ କେଉଁ ଜିଲ୍ଲାରେ କେତେ?

0

ରାଜ୍ୟରେ କରୋନା ସଂକ୍ରମଣ ସମସ୍ତଙ୍କ ନିଦ ହଜାଇଦେଇଛି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବ ବୋଲି ସମସ୍ତେ ଅନୁମାନ କରିଥିଲେ, କିନ୍ତୁ ଯେଭଳି ଭାବରେ ଏହା ବୃଦ୍ଧି ପାଉଛି ତାହା ସମସ୍ତଙ୍କ ଅନୁମାନ ବାହାରେ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ । ଗତ ୨୪ ଘଣ୍ଟା ରେ ୭୪ ହଜାର ୩୦୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୪ ହଜାର ୮୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୮୨୩ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୬ ଜଣ ଅଛନ୍ତି । ସେହିପରି ୦-ରୁ ୧୮ ବର୍ଷ ଭିତରେ ୪୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗୋଟେ ପରେ ଗୋଟେ ଜିଲ୍ଲାରୁ ନୂଆ ନୂଆ ମାମଲା ସାମନାକୁ ଆସୁଛି । ଏବେ ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣ ସେଞ୍ଚୁରୀ ଟପିଛି । ରେଡ୍ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧,ବାଲେଶ୍ୱରରୁ ୨୧୦, ଝାରସୁଗୁଡାରୁ ୧୮୯,ମୟୂରଭଞ୍ଜରୁ ୧୬୧ ମାମଲା ସାମନାକୁ ଆସିଛି । ସେହିପରି ପୁରୀରୁ ୧୩୦, ବଲାଙ୍ଗୀରରୁ ୧୦୪, ନବରଙ୍ଗପୁରରୁ ୮୫, ବରଗଡରୁ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୦ ହଜାର ୫୬୦ ।

କଟକଣା ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲେ ବି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ସେପଟେ ରାଜ୍ୟରେ ଆଜିଠୁ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବହୁ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ସଂକ୍ରମଣ ଯେପରି ଭାବରେ ବଢୁଛି ଆଗକୁ ସ୍ଥିତି ଆହୁରି ବିଗିଡିପାରେ ।ତେଣୁ ସମସ୍ତେ ସଚେତନ ହୋଇ କୋଭିଡ ଗାଇଡଲାଇନ ମାନିବା ଜରୁରୀ ଅଟେ ।

Leave A Reply

Your email address will not be published.